fbpx

କେଜ୍ରିୱାଲଙ୍କ ଗିରଫଦାରୀ ବିରୁଦ୍ଧରେ ଇଣ୍ଡିଆ ମେଣ୍ଟ ଏକଜୁଟ, ୩୧ରେ ବିରାଟ ଧରଣର ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୁଦ୍ଧରେ ଇଣ୍ଡିଆ ମେଣ୍ଟ ଏକଜୁଟ ହୋଇଛନ୍ତି । ଏହା ବିରୁଦ୍ଧରେ ଇଣ୍ଡିଆ ମେଣ୍ଟ ଏବେ ଦିଲ୍ଲୀରେ ମେଗା ର‌୍ୟାଲିର ଘୋଷଣା କରିଛି । ଏଠାରେ ସୂଚାଇ ଦିଆଯାଇପାରେ କି ଆମ ଆଦମୀ ପାର୍ଟି ଇଣ୍ଡିଆ ମେଣ୍ଟର ଏକ ଅଂଶ । ଏବେ ଇଣ୍ଡିଆ ମେଣ୍ଟର ନେତାମାନେ କେଜ୍ରିୱାଲଙ୍କ ଗିରଫଦାରୀ ପରେ ଏକଜୁଟ ହୋଇ ରାମଲୀଳା ମଇଦାନରେ ମେଗା ର‌୍ୟାଲି କରିବାକୁ ଘୋଷଣା କରିଛନ୍ତି ।

ଦିଲ୍ଲୀର ମନ୍ତ୍ରୀ ତଥା ଆପ୍ ନେତା ଆତିଶୀ କହିଛନ୍ତି , ଇଣ୍ଡିଆ ମେଣ୍ଟ ମାର୍ଚ୍ଚ ୩୧ ତାରିଖରେ ରାମଲୀଳା ମଇଦାନରେ ମହା ର‌୍ୟାଲିର ଆୟୋଜନ କରୁଛନ୍ତି । ଏହା ଅରବିନ୍ଦ କେଜ୍ରିୱାଲଙ୍କୁ ବଞ୍ଚାଇବା ପାଇଁ ନୁହେଁ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ କରାଯାଉଛି ବୋଲି ଆତିଶୀ କହିଛନ୍ତି । ଦେଶରେ ଏବେ ବିରୋଧୀଙ୍କୁ ଏକପାଖିଆ ଆକ୍ରମଣର ଶିକାର ହେବାକୁ ପଡୁଛି । ଆପ୍ ନେତା ଓ ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି, ରାମଲୀଳା ମଇଦାନ ଏକ ଐତିହାସିକ ସ୍ଥାନ । ଆମ ଆଦମୀ ପାର୍ଟିର ଉଦୟ ଏହି ରାମଲୀଳା ମଇଦାନରୁ ହିଁ ହୋଇଥିଲା । ଏହି ମହା ର‌୍ୟାଲିରେ ଇଣ୍ଡିଆ ମେଣ୍ଟର ସବୁ ବଡ ନେତା ସାମିଲ ହେବେ ଓ ସାରା ଦେଶ ଓ ବିଶ୍ୱକୁ ବାର୍ତ୍ତା ଦେବେ ।

Get real time updates directly on you device, subscribe now.