fbpx

ସରଜୁ ନଦୀରେ ଗାଧୋଇବା ବେଳେ କିସ୍ କରୁଥିଲେ ଦମ୍ପତି, ରାଗିଗଲେ ଲୋକେ, କଲେ ଏମିତି…

ଲକ୍ଷ୍ନୌ: ତୀର୍ଥ ସ୍ଥଳରେ ଧର୍ମ ମର୍ଯ୍ୟାଦା ପାଳନ କରାଯାଏ । ଅନେକ ଶ୍ରଦ୍ଧାଳୁ ଏହି ତୀର୍ଥ ସ୍ଥଳକୁ ଆସି ସେମାନଙ୍କର ମନୋସ୍କାମନା ପୂରଣ କରିବା ସହ ମାନସିକ ଶାନ୍ତି ଲାଭ କରିଥାନ୍ତି । କିନ୍ତୁ ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
ଉତ୍ତରପ୍ରଦେଶ ଅଯୋଧ୍ୟାର ସରଜୁ ନଦୀରେ ଗାଧୋଉଥିବା ସମୟରେ ଏକ ଦମ୍ପତ୍ତି କିସ୍ କରିବାର ମାମଲା ସାମ୍ନାକୁ ଆସିଛି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୂଯାୟୀ ସରଜୁ ନଦୀରେ ଗାଧୋଉଥିବା ସମୟରେ ଏହି ଦମ୍ପତି କିସ୍ କରୁଥିଲେ, ଆଉ ଏହାକୁ ସେଠାରେ ଥିବା ଲୋକେ ଏହାକୁ ଦେଖି ରାଗିଯାଇଥିଲେ ଏବଂ ଦମ୍ପତ୍ତିଙ୍କ ସହ ମାରପିଟ୍ କରିଥିଲେ ।

ଏକ ରିପୋର୍ଟ ଅନୂଯାୟୀ ଏହି ଘଟଣା ସରଜୁ ନଦୀ କୂଳରେ ଥିବା ରାମ କୀ ପୌଢ଼ୀ ନିକଟରେ ଘଟିଛି । କୁହାଯାଉଛି ନବଦମ୍ପତ୍ତିଙ୍କ ଉପରେ ସେଠାରେ ଉପସ୍ଥିତ ଲୋକେ ଅଶ୍ଲୀଳତାର ଅଭିଯୋଗ କରିବା ସହ ପିଟିଥିଲେ । କୁହାଯାଉଛି ପ୍ରଥମେ ସ୍ୱାମୀଙ୍କୁ ପିଟିଥଲେ ଏବଂ ପରେ ସ୍ତ୍ରୀ ବଞ୍ଚାଇବାକୁ ଉଦ୍ୟମ କରିଥିଲେବି କିନ୍ତୁ ସଫଳ ହୋଇନଥିଲେ ।

ସେପଟେ ଏହି ଘଟଣାକୁ ନେଇ ସନ୍ଥମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ସାର୍ବଜନିକ ସ୍ଥାନରେ ଏଭଳି ଅଭଦ୍ରାମୀ କରିବା ଠିକ୍ ନୁହେଁ ବୋଲି କହିଛନ୍ତି । ପୋଲିସ୍ ତରଫରୁ କୁହାଯାଇଛି ଯେ ଏହି ଭିଡିଓ ଏକ ସପ୍ତାହ ପୁରୁଣା ଏବଂ ଏପର୍ଯ୍ୟନ୍ତ ଏହାକୁ ନେଇ କୌଣସି ଅଭିଯୋଗ ରୁଜୁ ହୋଇନାହିଁ । ଏହାକୁ ନେଇ ଅଭିଯୋଗ ମିଳିଲେ ହିଁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅଯୋଧ୍ୟା ଏସଏସପି ଶୌଲେଶ ପାଣ୍ଡେ ।

Get real time updates directly on you device, subscribe now.