fbpx
BJD SKY
BJD SKY

ଦମ୍ପତ୍ତିଙ୍କ ମଧ୍ୟରେ ହେଲା ଝଗଡ଼ା: ରାଗରେ ୪ ଲକ୍ଷର ନୋଟ ଗିଳିଦେଲେ ମହିଳା

BJD

ପତି-ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଏକ ସାମାନ୍ୟ କଥା । ତେବେ ଏକ ସାମାନ୍ୟ ଝଗଡା଼ର ମୂଲ୍ୟ ଦେବାକୁ ପଡ଼ିଛି ଉଭୟଙ୍କୁ । ଝଗଡ଼ାରେ ଅତ୍ୟଧିକ ରାଗିଯାଇ ପତ୍ନୀ ଘରେ ଥିବା ୪ ଲକ୍ଷ ଟଙ୍କାର ନୋଟକୁ ଚୋବାଇ ଗିଳିଦେଇଛନ୍ତି । ନୋଟ ଗିଳିବା ପରେ ମହିଳାଙ୍କ ଅବସ୍ଥା ବିଗିଡ଼ିବାକୁ ଲାଗିଲା । ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସର୍ଜରୀ କରି ମହିଳାଙ୍କ ପେଟରୁ ନୋଟ ବାହାର କରିଥିଲେ । ଡାକ୍ତର ଦମ୍ପତ୍ତିଙ୍କୁ ଝଗଡ଼ା ନ କରିବାକୁ ପରାମର୍ଶ ଦେବା ସହ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ମହିଳାଙ୍କୁ କହିଥିଲେ ।

ପ୍ରକୃତ କଥା ହେଉଛି, ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହିତ କୌଣସି ଏକ ସ୍ଥାନକୁ ବୁଲି ଯିବାକୁ ଚାହୁଁଥିଲେ । ଏହି ଟୁର୍ ପାଇଁ ସେ କିଛି ମାସ ପୂର୍ବରୁ କିଛି ଅର୍ଥ ସଞ୍ଚୟ କରି ରଖିଥିଲେ । ଏହି ଟୁର ପ୍ଲାନିଂକୁ ନେଇ ଦମ୍ପତ୍ତିଙ୍କୁ ମଧ୍ୟରେ ଝଗଡ଼ା ହୋଇଥିଲା ଓ ମହିଳା ଜଣକ ରାଗିକରି ନୋଟକୁ ଗିଳି ଦେଇଥିଲେ । ତେବେ ଡାକ୍ତର ମହିଳାଙ୍କ ପେଟରୁ ନୋଟ୍ କାଢ଼ିବା ପରେ ସେ ନୂଆ ଜୀବନ ପାଇଥିଲେ ।

Get real time updates directly on you device, subscribe now.