fbpx
BSKY SKY
BSKY SKY

ମଇଦାନରେ କିସ କରିବାରେ ବ୍ୟସ୍ତ ଥିଲେ ପ୍ରେମୀ ଯୁଗଳ, ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ଚାଲିଛି MEME

BSKY

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ ଏବେ ରୋମାଞ୍ଚକର ରୂପ ନେଲାଣି । ଧିରେ ଧିରେ ମ୍ୟାଚ ଏବଂ ଟୁର୍ଣ୍ଣାମେଣ୍ଟ ଲୋକଙ୍କ ଉତ୍କଣ୍ଠା ବଢାଇବାରେ ଲାଗିଛି । ତେବେ ଏହା ମଧ୍ୟରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଷ୍ଟାଡିୟମରେ ଦୁଇ ପ୍ରେମୀ ଯୁଗଳ ପରସ୍ପରଙ୍କୁ କିସ କରୁଥିବାର ଏକ ଭିଡିଓ କ୍ୟାମେରାରେ କଏଦ ହୋଇଛି । ଏହାପରେ ଏହି ଭିଡିଓ ଏବେ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଗୁଜୁରାଟ ଟାଇଟନ୍ସ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ଏଭଳି ଏକ ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି । ସମସ୍ତ ଦର୍ଶକ ଗୁଜୁରାଟ-ଦିଲ୍ଲୀ ମ୍ୟାଚର ମଜା ନେଉଥିବା ବେଳେ ଷ୍ଟାଡିୟମରେ ବସି ରୋମାନ୍ସ କରୁଥିଲେ ଏହି ପ୍ରେମୀ ଯୁଗଳ । ଉଭୟ ପରସ୍ପରଙ୍କୁ କିସ କରିବାରେ ସମ୍ପୂର୍ଣ୍ଣ ମସଗୁଲ ହୋଇଯାଇଥିଲେ । ଏହାପରେ ଏହି ଭିଡିଓ ଏବଂ ଫଟୋ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅପଲୋଡ ହେବା ପରେ ଏହି ଫଟୋକୁ ନେଇ ବିଭିନ୍ନ ଅନ୍ଦାଜରେ କାର୍ଟୁନ କରି ପୋଷ୍ଟ କରି ଚାଲିଛନ୍ତି ୟୁଜର୍ସ । ମଜାଳିଆ କମେଣ୍ଟ ସାଙ୍ଗକୁ ମେମେ ବନେଇ ଏହି ଘଟଣାର ଭରପୁର ମଜା ଲୁଟୁଛନ୍ତି ଫ୍ୟାନ୍ସ ।

ଏହି ପୋଷ୍ଟରେ ଏହି ଘଟଣା IPLକୁ ଏକ ଅଲଗା ସ୍ତରକୁ ନେଇଛି ବୋଲି କହିଛନ୍ତି ଧନଞ୍ଜୟ ଝା ନାମକ ଜଣେ ୟୁଜର । ଅନ୍ୟ ପକ୍ଷରେ ଡି ଜନ ନାମକ ଜଣେ ୟୁଜର IPLରେ କ୍ୟାମେରାମ୍ୟାନ ପାଇଁ କିପରି ଆବେଦନ କରିହେବ ସେ ପ୍ରଶ୍ନ ପଚାରିଛନ୍ତି । ସେହିପରି ପିଣ୍ଟୁ କୁମାରଙ୍କ ଟ୍ୱିଟ ଖୁବ ଭାଇରାଲ ହେଉଛି । ପରିବାର ସହିତ ମ୍ୟାଚ ଦେଖିବା ବେଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଲା ବୋଲି ପିଣ୍ଟୁ କହିଛନ୍ତି ।

Get real time updates directly on you device, subscribe now.