fbpx

‘କଶ୍ମୀରୀ ପଣ୍ଡିତ ଶୀଘ୍ର କାଶ୍ମୀରରେ ନିଜ ଘରକୁ ଫେରିବେ, ସଂକଳ୍ପ ପୂରା କରିବାର ସମୟ ଆସି ଯାଇଛି’: ମୋହନ ଭାଗବତ

ଜାମ୍ମୁ: ଗତ କିଛି ସମୟ ହେବ ଦେଶରେ କଶ୍ମୀରୀ ପଣ୍ଡିତଙ୍କ ପ୍ରସଙ୍ଗ ଚର୍ଚ୍ଚାରେ ରହିଛି। ଅନ୍ୟପଟେ ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର ପ୍ରମୁଖ ମୋହନ ଭାଗବତ କହିଛନ୍ତି କଶ୍ମୀରୀ ପଣ୍ଡିତ ଶୀଘ୍ର କଶ୍ମୀରରେ ନିଜ ଘରକୁ ଫେରିବେ। ସଂକଳ୍ପ ପୂରା କରିବାକୁ ଆଉ ଅଧିକ ସମୟ ନାହିଁ।

କେବଳ ଏତିକି ନୁହେଁ ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମର ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ଭାଗବତ। ସେ କହିଛନ୍ତି ଫିଲ୍ମ ୧୯୯୦ରେ ଘାଟିରୁ କଶ୍ମୀରୀ ପଣ୍ଡିତଙ୍କ ପଳାୟନ ପଛର ବାସ୍ତବିକତାକୁ ଦର୍ଶାଯାଇଛି। ଏଥିସହ ଲୋକଙ୍କ ମନରେ ସଚେତନା ସୃଷ୍ଟି କରୁଛି।

ଏଜେନ୍ସି ମୁତାବକ ଆରଏସଏସ ପ୍ରମୁଖ ମୋହନ ଭାଗବତ ତିନି ଦିନିଆ ନବରେହ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି। ଏହି ସମୟରେ ସେ କହିଛନ୍ତି, ଘାଟିରେ କଶ୍ମୀରୀ ପଣ୍ଡିତଙ୍କ ଫେରିବା ନେଇ ସଂକଳ୍ପ ପୂରା କରିବାର ସମୟ ଆସି ଯାଇଛି। ଘାଟିରେ ଫେରିବାକୁ ଆମର ପ୍ରତିଜ୍ଞା ପୂରା କରିବାକୁ ଏବେ ଆଉ ଅଧିକ ଦିନ ନାହିଁ। ଏହା ଖୁବ୍ ଶୀଘ୍ର ସତ ହେବାକୁ ଯାଉଛି।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାଗବତ କହିଛନ୍ତି, ୨୦୧୧ରେ ଦିଲ୍ଲୀରେ କଶ୍ମୀରୀ ପଣ୍ଡିତଙ୍କ ଉତ୍ସବ ହେରାଥ(ଶିବରାତ୍ରି)ରେ ସାମିଲ୍ ହେବା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି କଶ୍ମୀରୀ ପଣ୍ଡିତ ସେହି ଦିନ ପ୍ରତିଜ୍ଞା କରିଥିଲେ ଯେ, ସେମାନେ ନିଜର ମାଟିକୁ ଫେରିବେ। ସମସ୍ତଙ୍କ ଜୀବନରେ ଚ୍ୟାଲେଞ୍ଜ ଆସିଥାଏ। ଆମେ ତିନି ଚାରି ଦଶନ୍ଧି ପୂର୍ବେ ନିଜ ଦେଶରେ ବିସ୍ଥାପିତ ହୋଇଥିଲେ ବୋଲି ଭାଗବତ କହିଛନ୍ତି।

Get real time updates directly on you device, subscribe now.