fbpx
BSKY
BJD SHG SKY
BJD MC SKY

ଏହି ମନ୍ଦିରକୁ ମିଳିଛି ମାତା ପାର୍ବତୀଙ୍କ ଅଭିଶାପ; ଦମ୍ପତ୍ତି ଏକା ସହିତ କରିପାରିବେ ନାହିଁ ପୂଜା

ନୂଆଦିଲ୍ଲୀ: ହିନ୍ଦୁ ଧର୍ମ ଅନୁସାରେ ପ୍ରତ୍ୟେକ ବିବାହିତ ଦମ୍ପତ୍ତି ଏକା ସହିତ କୌଣସି ପୂଜା କଲେ କିମ୍ବା ମନ୍ଦିର ଦର୍ଶନ ଗଲେ ବହୁତ ଶୁଭ ଫଳ ମିଳିଥାଏ । ଏଥିସହିତ ସାମାନଙ୍କ ଉପରେ ଭଗବାନଙ୍କ କୃପା ମଧ୍ୟ ରହିଥାଏ । ସେହିପରି ବିବାହ ପରେ ଦମ୍ପତ୍ତି ନିଜ ଜୀବନସାଥୀ ବିନା କୌଣସି ପୂଜା କିମ୍ବା ଶୁଭ କାର୍ଯ୍ୟ କରିପାରିବେ ନାହିଁ ବୋଲି ବିଶ୍ୱାସ ରହିଛି । କାରଣ ଏକା ପୂଜା କରିବା ଦ୍ୱାରା କୌଣସି ଫଲ ପ୍ରାପ୍ତି ହୋଇ ନଥାଏ । ତେବେ ଏହି କଥା ପୁରାଣରେ ମଧ୍ୟ ବର୍ଣ୍ଣିତ ହୋଇଛି । କିନ୍ତୁ ଆମ ଦେଶରେ ଏପରି ବି ମନ୍ଦିର ରହିଛି ଯେଉଁଠାକୁ ବିବାହିତ ଦମ୍ପତ୍ତିକୁ ଏକା ସହ ମିଶି ମନ୍ଦିର ଯିବାକୁ ଏବଂ ସେଠାରେ ପୂଜା ବାରଣ କରାଯଏ । ଯଦି ଏପରି କେହି କରନ୍ତି ତେବେ ସେମାନଙ୍କ ବୈବାହିକ ଜୀବନରେ ଅନେକ ସମସ୍ୟା ଦେଖାଦେବା ସହ ପରସ୍ପରଙ୍କର ବିବାହ ମଧ୍ୟ ବିଚ୍ଛେଦ ହୋଇଯାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ମନ୍ଦିର ଏବଂ ଏଠାରେ ଥିବା ନିୟମ ବିଷୟରେ…

ତେବେ ଭରତର ଶିମଲାରେ ଥିବା ରାମପୁର ନାମକ ଏକ ସ୍ଥାନରେ ଏହି ମନ୍ଦିର ରହିଛି । ଯାହାର ନାମ ହେଉଛି ଶ୍ରୀ କୋଟି ମନ୍ଦିର । ଏହି ମନ୍ଦିରରେ ଦମ୍ପତି ଏକାଠି ପୂଜା କରିପାରିବେ ନାହିଁ କିମ୍ବା ସେଠାରେ ଥିବା ମାତାଙ୍କ ମୂର୍ତ୍ତିକୁ ଦର୍ଶନ କରିପାରିବେ ନାହିଁ । ବିଶ୍ୱାସ କରାଯାଏ ଯେ ଯଦି କୌଣସି ସ୍ୱାମୀ-ସ୍ତ୍ରୀ ଏକାଠି ଏହି ମନ୍ଦିରକୁ ଆସନ୍ତି ତେବେ ସେମାନଙ୍କ ସହିତ କିଛି ଅଘଟଣ ଘଟେ । ଏହି କାରଣରୁ କୌଣସି ଦମ୍ପତି ଏକାଠି ଏହି ମନ୍ଦିର ଦର୍ଶନ କରିବାକୁ ଆସନ୍ତି ନାହିଁ । ଯଦି କେହି ଦମ୍ପତି ଏଠାକୁ ଆସନ୍ତି, ସେମାନଙ୍କୁ ବିଭିନ୍ନ ସମୟରେ ମାତାଙ୍କ ଦର୍ଶନ କରିବାକୁ ହେବ । ତେବେ ଏଠାକାର ଲୋକଙ୍କ ବିଶ୍ୱାସ ଅନୁଯୟୀ, ମାତା ପାର୍ବତୀଙ୍କ ଅଭିଶାପ କାରଣରୁ ଏହି ମନ୍ଦିରରରେ ଦମ୍ପତ୍ତିଙ୍କୁ ଏକାଠି ଦର୍ଶନ କରିବାକୁ ବାରଣ କରାଯାଏ । ତେବେ ଏହି ମନ୍ଦିର ସମଗ୍ର ହିମାଚଳ ପ୍ରଦେଶରେ ପ୍ରସିଦ୍ଧ ମନ୍ଦିର ଅଟେ । ଯେଉଁଠାକୁ ଅନେକ ସଂଖ୍ୟାରେ ଭକ୍ତମାନେ ମାତାଙ୍କ ଦର୍ଶ ପାଇଁ ଆସିଥାନ୍ତି ।

କାହିଁକି ଅଭିଶାପ ଦେଇଥିଲେ ମାତା ପାର୍ବତୀ: ସେଠାକାର ଲୋକଙ୍କ କହିବା ଅନୁଯାୟା, ଏଠାରେ ମାତା ପାର୍ବତୀ ଏବଂ ଭଗବାନ ଶିବ ତାଙ୍କର ଦୁଇ ପୁଅ ଗଣେଶ ଏବଂ କାର୍ତ୍ତିକେୟଙ୍କୁ ବ୍ରହ୍ମାଣ୍ଡ ବୁଲିବାକୁ କହିଥିଲେ। ପିତାଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ତ୍ତିକେୟ ସମଗ୍ର ବ୍ରହ୍ମାଣ୍ଡକୁ ବୁଲିବାକୁ ଯାଇଥିବା ବେଳେ ଗଣେଶ କିନ୍ତୁ ସେଠାରେ ଅଟକି ଯାଇଥିଲେ । ଏତିସହିତ ସେ ତାଙ୍କ ମାତା ପିତାଙ୍କ ଚର୍ତୁପାଶ୍ୱରେ ପରିକ୍ରମା କରି କହିଥିଲେ ଯେ ସେମାନେ ତାଙ୍କ ପାଇଁ ବ୍ରହ୍ମାଣ୍ଡ। ଅନ୍ୟପକ୍ଷେ କାର୍ତ୍ତିକେୟ ସମଗ୍ର ବ୍ରହ୍ମାଣ୍ଡ ପରିକ୍ରମା କରି ଫେରିବା ପରେ ଦେଖିଥିଲେ ଯେ ଗଣେଶଙ୍କ ବିବାହ ହୋଇଯାଇଛି । ଏହାକୁ ନେଇ କାର୍ତ୍ତିକେୟ ସାରା ଜୀବନ ବିବାହ ନକରିବାକୁ ସ୍ଥିର କରିଥିଲେ। ଯେଉଁଥିରେ ମାତା ପାର୍ବତୀ ରାଗିଯାଇ ନିଜକୁ ଅବିଶାପ ଦେଇଥିଲେ ଓ କହିଥିଲେ ଯେ ଯେଉଁ ଦମ୍ପତି ଏଠାକୁ ଆସି ତାଙ୍କୁ ଦେଖା କରିବେ, ସେମାନେ ଅଲଗା ହୋଇଯିବେ । ସେବେଠାରୁ ଏଠାରେ ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ମାତାଙ୍କ ଦର୍ଶନ କରିବା ନିଷେଧ ହୋଇଛି ।

Get real time updates directly on you device, subscribe now.