fbpx

ସୁସ୍ମିତା ସେନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଗଣିତ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନଙ୍କ ଆଜି ଜନ୍ମଦିନ । ଅଭିନୟ ଜୀବନ ଅପେକ୍ଷା ସେ ସେ ନିଜ ପର୍ସନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏହାଛଡା ସୁସ୍ମିତା ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ବହୁତ ଆକ୍ଟିଭ । ତେବେ ଆଜି ହେଉଛି ତାଙ୍କ ୪୭ତମ ଜନ୍ମଦିବସ । ୪୭ବର୍ଷ ହେଲେ ମଧ୍ୟ ସେ ନିଜ ଫିଗର ଫିଟନେସ ପ୍ରତି ବହୁତ କନସସ ରୁହନ୍ତି । ଏପର୍ଯ୍ୟନ୍ତ ବିବାହ ନକରିଲେ ବି ୨ଝିଅଙ୍କ ମାଆ ହୋଇ ଖୁବ ଖୁସିରେ ଅଛନ୍ତି ସୁସ୍ମିତା । ସେ ନିଜ ଜନ୍ମଦିନକୁ ନେଇ ବହୁ ଉତ୍ସାହିତ ଅଛନ୍ତି । ଏଥର ଜନ୍ମଦିନରେ ଇନଷ୍ଟାଗ୍ରାମରେ ଏକ ସେଲ୍ଫି ସହ ଏକ ବଡ ନୋଟ ଲେଖିଛନ୍ତି ସୁସ୍ମିତା ।

ସେହି ନୋଟରେ ସୁସ୍ମିତା ଲେଖିଛନ୍ତି ଯେ, ମୁଁ ବର୍ତ୍ତମାନ ୪୭ବର୍ଷରେ ପଦାର୍ପଣ କରିଲି । ଏହା ଏମିତି ଏକ ନମ୍ବର ଯିଏ ମୋତେ ୧୩ବର୍ଷ ହେବ ପିଛା କରିଆସୁଛି । ଏହା ମୋ ପାଇଁ ଏକ ଅବିଶ୍ୱସନୀୟ ବର୍ଷ ଦସ୍ତକ ହେବାକୁ ଯାଉଛି । ଏହାକୁ ନେଇ ଦର୍ଶକ ମାନେ ଭାବିଛନ୍ତି ଯେ, ସୁସ୍ମିତା ବୋଧ ହୁଏ ନିଜ ଜୀବନସହ ଜଡିତ କିଛି କଥା ସେୟାର କରିବେ ଆଗକୁ । ତେବେ ଏହି ଫଟୋ ତଳେ ଭିନ୍ନ ଭିନ୍ନ କମେଣ୍ଟ କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ଅଗଣିତ ଫ୍ୟାନ୍ସ ।

ସେ ବ୍ୟକ୍ତିଗତ ଜୀବନରେ ବାହ ହୋଇ ନାହାନ୍ତି ହେଲେ ଦୁଇ ଝିଅଙ୍କ ମାଆ ହୋଇ ଖୁସିରେ ଅଛନ୍ତି । କିଛିଦିନ ତଳେ ଆଇପିଏଲ ଫାଉଣ୍ଡର ଲଳିତ ମୋଦୀଙ୍କ ସହ ସୁସ୍ମିତାଙ୍କ ଆଫେୟାର୍ସ ଚାଲିଥିବା ଖୁବ ଚର୍ଚ୍ଚା ହୋଇଥିଲା । ତେବେ ଆଜି ସୁସ୍ମିତା ନିଜର ୪୭ତମ ଜନ୍ମଦିନକୁ ଖୁବ ଉତ୍ସାହର ସହ ପାଳନ କରୁଛନ୍ତି ।

Get real time updates directly on you device, subscribe now.