fbpx

ଗାଡ଼ି ଚଳାଉଥିବା ବେଳେ ହେଲମେଟ ଭିତରେ ମୋବାଇଲ ରଖି କଥା ହେଉଛନ୍ତି କି ? କଟିବ ଏତିକି ଚାଲାଣ

ନୂଆଦିଲ୍ଲୀ: ଦେଶରେ ଟ୍ୟାଫିକ୍ ନିୟମ ଯେତେ କଡ଼ାକଡ଼ି କଲେ ବି ଲୋକମାନେ ଏହାକୁ ଫୁ’ କରି ଉଡ଼ାଉ ଦେଉଛନ୍ତି । ଲୋକଙ୍କ ଏହି ଅବହେଳା ଯୋଗୁଁ ପ୍ରତିଦିନ ଅନେକ ଜୀବନ ଚାଲିଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରିଥିବା ବେଳେ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କଠାରୁ ମୋଟା ଅଙ୍କର ଜୋରିମାନା ମଧ୍ୟ ନେଉଛନ୍ତି । ଏହା ପରେ ବି କିଛି ଲୋକ ହେଲମେଟ ଭିତରେ ମୋବାଇଲ ରଖି ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି । ଯଦି ଆପଣ ମଧ୍ୟ ଏପରି ଭୁଲ୍ କରୁଛନ୍ତି, ତେବେ ଆଜିଠାରୁ ଏହି ଅଭ୍ୟାସ ସୁଧାରିଦିଅନ୍ତି, ନଚେତ୍ ମୋଟା ଅଙ୍କର ଜୋରିମାନା ଭରିବାକୁ ପଡ଼ିପାରେ ।

ମୋଟର ଭେଇକିଲ ଆକ୍ଟ ଅନୁଯାୟୀ, ମୋଟରସାଇକେଲ, ସ୍କୁଟର ଏବଂ କାର ଚଲାଇବା ସମୟରେ ଇଲେକଟ୍ରୋନିକ କମ୍ୟୁନିକେସନର ବ୍ୟବହାର ଯେମିତିକି- ମୋବାଇଲ ଫୋନ, ଇୟରଫୋନରେ କଥା ହେବା ଆଦି ଟ୍ରାଫିକ ନିୟମର ଉଲଙ୍ଘନ କରିବା ହୋଇଥାଏ । ଯଦି ଆପଣଙ୍କୁ ଏପରି ଅବସ୍ଥାରେ ଟ୍ରାଫିକ ପୋଲିସ ଧରେ ତାହେଲେ ୧୦୦୦ ଟଙ୍କା ବା ତା’ଠାରୁ ଅଧିକ ଟଙ୍କାର ଚାଲାଣ କଟିପାରେ ।

ତେବେ ପ୍ରତ୍ୟେକ ବାହନ ଚାଳକଙ୍କୁ ଗାଡିର ଇନସୁରାନ୍ସ କରିବା ବହୁତ ଜରୁରୀ ହୋଇଥାଏ । ବିନା ଇନସୁରାନ୍ସରେ ଗାଡି ଚଲାଇବା ସମୟରେ ଯଦି ଟ୍ରାଫିକ ପୋଲିସ ଧରିନିଅନ୍ତି ତାହେଲେ ଅତି କମରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟିଥାଏ । ଖାଲି ଏତିକି ନୁହେଁ ଏମିତି କରିବା ଦ୍ୱାରା ଆପଣଙ୍କୁ ୩ ମାସ ପାଇଁ ଜେଲର ପବନ ଖାଇବାକୁ ମଧ୍ୟ ପଡିପାରେ ।

Get real time updates directly on you device, subscribe now.