fbpx

ସୋସିଆଲ ମିଡିଆରୁ ଶୁଣାଣିର ଭିଡିଓ ରେକର୍ଡ଼ିଂ ହଟାନ୍ତୁ, କେଜରିୱାଲଙ୍କ ପତ୍ନୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

AAKASH

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପତ୍ନୀ ସୁନିତା କେଜରିୱାଲଙ୍କୁ ମଦ ଦୁର୍ନିତି ମାମଲା ସହ ଜଡ଼ିତ ମାମଲାର ଶୁଣାଣିର ଏକ ଭିଡିଓ ରେକର୍ଡ଼ିଂ ସୋସିଆଲ ମିଡିଆରୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାରୁ ପ୍ରକାଶ ମାର୍ଚ୍ଚ ୨୮ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ଅବକାରୀ ନୀତି ସହ ଜଡ଼ିତ ମାମଲାର ଶୁଣାଣିର ଭିଡିଓ ରେକର୍ଡ଼ିଂ ହୋଇଥିଲା । ଏହି ଭିଡିଓ ରେକର୍ଡ଼ିଂକୁ ସୁନିତା କେଜରିୱାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଶେୟାର କରିଥିଲେ । ଏନେଇ ଦିଲ୍ଲୀ ହାଇକୋର୍ଟ ଏହି ଭିଡିଓକୁ ସୋସିଆଲ ମିଡିଆରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଭିଡିଓରେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ଟ୍ରାଏଲ କୋର୍ଟକୁ ସମ୍ବୋଧିତ କରୁଥିବାର ନଜର ଆସିଛନ୍ତି । ଜଷ୍ଟିସ ନୀନା ବନସଲ କୃଷ୍ଣା ଏବଂ ଅମିତ ଶର୍ମାଙ୍କ ଏକ ବେଞ୍ଚ୍ ଉଲ୍ଲଂଘନର ଅଭିଯୋଗରେ ସୁନିତା କେଜରିୱାଲ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’, ମେଟା ଏବଂ ୟୁଟୁ୍ୟବ୍ ସମେତ ୬ ଜଣଙ୍କୁ ନୋଟିସ୍ ଜାରି କରିଛି । କୋର୍ଟ ଏକ ପାଖିଆ ଅନ୍ତରୀଣ ଆଦେଶ ପାରିତ କରିଛନ୍ତି ଏବଂ ମାଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୯କୁ ହେବ ବୋଲି କହିଛନ୍ତି ।

 

 

Get real time updates directly on you device, subscribe now.