ନୂଆଦିଲ୍ଲୀ: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଥରେ ଝଟକା ଲାଗିଛି । କୋର୍ଟ ଭିଡିଓ କନଫ୍ରେସିଙ୍ଗ ଜରିଆରେ ପ୍ରାଇଭେଟ ଡାକ୍ତରଙ୍କ ସହ ପରାମର୍ଶ ନେବାର ଅନୁମତି ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ପିଟିସନ ଖାରଜ କରାଯାଇଛି । କେଜ୍ରିୱାଲ ରାଉଜ ଏଭେନ୍ୟୁ କୋର୍ଟରେ ଭିଡିଓ କନଫ୍ରେସିଙ୍ଗ ଜରିଆରେ ଡାକ୍ତରଙ୍କ ସହ ନିୟମିତ ଭାବେ ଦେଖାକରିବା ଏବଂ ଇନସୁଲିନ ପାଇବାକୁ ଅବେଦନ କରିଥିଲେ ।
ରାଉଜ ଏଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ପ୍ରାଇଭେଟ ଡାକ୍ତରଙ୍କ ସହ ନିୟମିତ ମୁଲାକାତର ଆବେଦନକୁ ଖାରଜ କରିଛନ୍ତି । କୋର୍ଟ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟର ଯାଞ୍ଚ ପାଇଁ ଏମ୍ସ ଡାଇରେକ୍ଟରଙ୍କ ନେତୃତ୍ୱରେ ପ୍ୟାନେଲ ଗଠନ କରିଛନ୍ତି । ଏମ୍ସର ପ୍ୟାନେଲ ଏହି ନିଷ୍ପତ୍ତି ନେବ ଯେ, କେଜ୍ରିୱାଲଙ୍କୁ ଇନସୁଲିନ ଦିଆଯିବ କି ନାହିଁ । କେଜ୍ରିୱାଲ ନିଜ ପିଟିସନରେ ଦାବି କରିଥିଲେ ଯେ, ନିଜ ପତ୍ନୀଙ୍କ ଉପସ୍ଥିତିରେ ଡାକ୍ତରଙ୍କ ସହ ନିୟମିତ ଭାବେ ୧୫ ମିନିଟ ଭେଟିବା ଲାଗି ଅନୁମତି ଦିଆଯାଉ ।