fbpx

ମୋଟାପା କମ୍ କରିବ ଆପଣଙ୍କ ରୋଷେଇ ଘରେ ଥିବା ଏହି ଚାରୋଟି ଜିନିଷ…

ଓଡିଶା ଭାସ୍କର: ଅଧିକାଂଶ ଯୁବ ପିଢିଙ୍କ ମଧ୍ୟରେ ମଦେବହୁଳତା ଦେଖିବାକୁ ମିଳୁଛି । ବଢୁଥିବା ମେଦବହୁଳତା ପାଇଁ ବର୍ତ୍ତମାନ ସମସ୍ତେ ବ୍ୟସ୍ତ । ପେଟର ଚର୍ବି ଖାଲି ଯେ ସୁନ୍ଦରତା ଉପରେ ପ୍ରଭାବ ପକାଏ ତାହା ନୁହେଁ ବରଂ ଏହା ଅନେକ ରୋଗର ମଧ୍ୟ କାରଣ ହୋଇଥାଏ । ଯଦି ଆପଣ ବି ଏହି ମେଦ ବହୁଳର ଶୀକାର ହୋଇଛନ୍ତି କିମ୍ବା ଆପଣ ପେଟର ଚର୍ବି କମ୍ କରିବାକୁ ଚାହାଁନ୍ତି ତେବେ ଏହାକୁ ଖାଲି ପେଟରେ ପିଅନ୍ତୁ । ଏହାକୁ ବନାଇବାକୁ ଆପଣଙ୍କୁ ଅଧିକ ଖର୍ଚ କରିବାକୁ ପଡିବନି । କିଚେନ୍ ରେ ଥିବା ସାମଗ୍ରୀରୁ ହିଁ ପ୍ରସ୍ତୁତ ହେବ । ଏଥିପାଇଁ ପ୍ରଥମେ ଏକ ଗ୍ଲାସ ପାଣି ଗରମ କରି ନିଅନ୍ତୁ ।

ସେଥିରେ ତୁଳସୀ, ଡାଲ୍‌ଚିନି, ହଳଦୀ ଓ ଅଦାକୁ ସମାନ ସମାନ ମାତ୍ରାରେ ମିଶାନ୍ତୁ । ଏସବୁକୁ ମିଶାଇବା ପରେ ପାଣିକୁବ ୫ ରୁ ୧୦ ମିନିଟ୍ ଫୁଟାନ୍ତୁ । ପାଣି ଥଣ୍ଡା ହେବା ପରେ ଏହାକୁ ଛାଣି, ଅଳ୍ପ ଉଷୁମ୍ ଅବସ୍ଥାରେ ଖାଲି ପେଟରେ ଏହାର ସେବନ କରନ୍ତୁ । ଏହାକୁ କିଛିଦିନ ପିଅନ୍ତୁ ଦେଖିବେ ଧିରେ ଧିରେ ଅପଣଙ୍କର ପେଟର ଚର୍ବି କମ ହୋଇଯିବ ।

Get real time updates directly on you device, subscribe now.