fbpx

କୋର୍ଟ ଶୁଣିଲେନି କେ କବିତାଙ୍କ ଗୁହାରି, ୨୩ ଏପ୍ରିଲ ପର୍ଯ୍ୟନ୍ତ ଜେଲରେ କାଟିବେ ଦିନ

ନୂଆଦିଲ୍ଲୀ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନର ପିଟିସନ ଉପରେ ମଙ୍ଗଳାବର ଦିନ ମଧ୍ୟ ଶୁଣାଣି ହୋଇଛି । ଯେଉଁଥିରେ କୋର୍ସୋଟ କବିତାଙ୍କ ନ୍ୟାୟିକ ହେପାଜତର ଅବଧିକୁ ବଢାଇ ୨୩ ଏପ୍ରିଲ କରିଛନ୍ତି । ବର୍ତ୍ତମାନ କେ କବିତା ୨୩ ଏପ୍ରିଲ ପର୍ଯ୍ୟନ୍ତ ଜେଲରେ ରହିବେ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୋମବାର ଦିନ ରାଉଜ ଏଭେନ୍ୟୁ କୋର୍ଟରେ ହୋଇଥିବା ଶୁଣାଣିରେ କୋର୍ଟ ତାବଙ୍କ ଜାମିନ ପଟିସନ ପୂର୍ବରୁ ହିଁ ପ୍ରତ୍ୟାଖାନ କରିଦେଇଥିଲେ । ସ୍ପେଶାଲ ଜଜ କାବେରୀ ବାବେଜା ପିଟିସନବ ପ୍ରତ୍ୟାଖାନ କରି କହିଥିଲେ ଯେ, ତାଙ୍କୁ ମଧ୍ୟବର୍ତ୍ତୀକାଳିନ ଜାମିନ ଦେବାର ଏହା ସଠିକ ସମୟ ନୁହେଁ ।

କବିତା କୋର୍ଟଙ୍କୁ ନିବେଦନ କରିଥିଲେ ଯେଉଁଥିରେ ସେ ନିଜ ୧୬ ବର୍ଷୀୟ ପୁଅର ପରୀକ୍ଷା କାରଣ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ । ସେ କୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କ ପୁଅର ପରୀକ୍ଷା ପାଇଁ ମାଆର ମୋରାଲ ଏବଂ ଇମୋସନାଲ ସପୋର୍ଟ ଆବଶ୍ୟକ । ଇଡି ତାଙ୍କର ଏହି ଅବେଦନକୁ ବିରୋଧ କରିଥିଲେ ଏବଂ କହିଥିଲେ ଯେ, ସେ ବାହାରକୁ ଆସିବା ପରେ ପ୍ରମାଣ ସହିତ ଠକେଇ କରିପାରନ୍ତି ଏବଂ ଏଥିସହ ସାକ୍ଷୀମାନଙ୍କୁ ମଧ୍ୟ ପ୍ରଭାବିତ କରିପାରନ୍ତି ।

Get real time updates directly on you device, subscribe now.