fbpx

ଗିରଫ ହେବେ କଙ୍ଗନା!: ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ମୁମ୍ବାଇ: ଗିରଫ ହୋଇପାରନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ମଙ୍ଗଳବାର ମୁମ୍ବାଇର ଏକ କୋର୍ଟ କଙ୍ଗନାଙ୍କ ପାଇଁ ଏମିତି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜାଭେଦ ଅଖତର ମାନହାନି ମୋକଦ୍ଦମା ମାମଲାର ଶୁଣାଣି କରି କୋର୍ଟ ଏପରି କହିଛନ୍ତି । କଙ୍ଗନା ଯଦି କୋର୍ଟରେ ହାଜର ନ ହୁଅନ୍ତିି ତାହେଲେ ତାଙ୍କ ନାମରେ ଗିରଫ ପରୱାନା ଜାରି କରାଯିବ । ଆସନ୍ତା ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଥିବା ବେଳେ କଙ୍ଗନାଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କଙ୍ଗନାଙ୍କ ନିକଟରେ କରୋନା ଲକ୍ଷଣ ରହିଥିବା ନେଇ ତାଙ୍କ ଓକିଲ ରିଜୱାନ ସିଦ୍ଦିକି କୋର୍ଟଙ୍କୁ ସୂଚନା ଦେଇଥିଲେ । ଥାଲାଇଭିର ପ୍ରମୋଶନ ପାଇଁ ବିଗତ ୧୫ ମଧ୍ୟରେ କଙ୍ଗନା ବହୁତ ଭ୍ରମଣ କରିଥିବା ବେଳେ ତାଙ୍କଠାରେ ବର୍ତ୍ତମାନ କରୋନାର ଲକ୍ଷଣ ଦେଖା ଦେଉଛି । ରିଜୱାନ କୋର୍ଟଙ୍କ ନିକଟରୁ ୭ ଦିନର ସମୟ ମାଗିଥିବା ବେଳେ ଭର୍ଚୁଆଲ ଶୁଣାଣୀର ଆବେଦନ ମଧ୍ୟ କରିଥିଲେ । ମାମଲାକୁ ବିଳମ୍ବିତ କରିବା ପାଇଁ କଙ୍ଗନା ଏମିତି କରୁଛନ୍ତି ବୋଲି ଜାଭେଦ ଅଖତରଙ୍କ ଓକିଲ ଅଭିଯୋଗ ଆଣିଥିଲେ । ତେବେ କୋର୍ଟ ୨୦ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଘୋଷଣା କରିବା ସହିତ ବ୍ୟକ୍ତିଗତ ଭାବରେ ହାଜର ନହେଲେ ତାଙ୍କ ନାମରେ ଗିରଫ ପରୱାନା ଜାରି କରାଯିବ ବୋଲି କହିଥିଲେ ।

Get real time updates directly on you device, subscribe now.