fbpx

୩ ବର୍ଷ ଭିତରେ ବନ୍ୟା-ବାତ୍ୟାରେ ପ୍ରାଣ ହରାଇଲେଣି ୬ହଜାରରୁ ଅଧିକ ଲୋକ

ନୂଆଦିଲ୍ଲୀ: ଭାରତରେ ତିନି ବର୍ଷ ମଧ୍ୟରେ ବନ୍ୟା, ବାତ୍ୟା, ପ୍ରବଳ ବର୍ଷା, ବଜ୍ରପାତ ଇତ୍ୟାଦି ଯୋଗୁଁ ୬ ହଜାର ୮୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହି ଆକଳନ ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତର ବୋଲି ସୂଚନା ମିଳିଛି । ଆକଳନ ଅନୁସାରେ, ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ପ୍ରାଣ ହରାଇଛନ୍ତି । ଏଠାରେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ୯୬୪ ଜଣଙ୍କର ଅକାଳ ମୃତ୍ୟୁ ହୋଇଛି ।

ଏହି ତାଲିକାରେ ପ୍ରଥମରେ ପଶ୍ଚିମବଙ୍ଗ ରହିଥିବାବେଳେ ଏହାପରେ ରହିଛି ମଧ୍ୟପ୍ରଦେଶ । ଏଠାରେ ୯୧୭ ଜଣ ପ୍ରାଣ ହରାଇଛନ୍ତି । ତାପରେ ରହିିଛି କେରଳ ୭୦୮ । ୨୦୧୯-୨୦ ମଧ୍ୟରେ କେବଳ ମଧ୍ୟପ୍ରଦେଶରେ ୬୭୪ ଜଣ ପ୍ରାଣ ହରାଇଛନ୍ତି । ଏଠାରେ ବିଶେଷ କରି ବନ୍ୟା କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ିଛି । କିନ୍ତୁ ଚଳିତ ବର୍ଷ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ବିହାରରେ କେତେ ଜଣଙ୍କର ପ୍ରାଣ ଯାଇଛି ସେନେଇ କିଛି ସୂଚନା ଦିଆଯାଇନାହିଁ । ଏନେଇ ସଂସଦକୁ ସରକାରଙ୍କ ତରଫରୁ ତଥ୍ୟ ପ୍ରଦାନ କରାଯାଇଛି । ଏହି ତଥ୍ୟ ୨୦୧୮ ଏପ୍ରିଲ୍ ରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତର ବୋଲି ଜଣାପଡ଼ିଛି ।

୨୦୨୦ ମସିହାରେ ବାତ୍ୟା ଅମ୍ଫାନ କାରଣରୁ ପଶ୍ଚିମବଙ୍ଗରେ ୯୮ ଜଣ ପ୍ରାଣ ହରାଇଥିଲେ । ସେହିପରି ବାତ୍ୟା ତାଉକ୍ତେ କାରଣରୁ ୧୧୮ ଜଣ ଆଖି ବୁଜିଥିଲେ । ଉପକୂଳବର୍ତ୍ତୀ ରାଜ୍ୟ ହୋଇଥିବାରୁ ଏଠାରେ ଘୂର୍ଣ୍ଣିଂବଳୟର ପ୍ରଭାବ ସବୁବେଳେ ଅଧିକ ରହିଥାଏ ।

Get real time updates directly on you device, subscribe now.