fbpx

ଇସ୍ତଫା ଦେଲେ ZOMATO COO; ଅଂଶଧନ ମୂଲ୍ୟରେ ୧ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ:ଅନଲାଇନ ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋର ସିଓଓ ଗୌରବ ଗୁପ୍ତା ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସହ ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳନା ଅଧିକାରୀ ଭାବରେ ରହିଥିବା ଗୌରବ ଇସ୍ତଫା ପ୍ରଦାନ କରିବା ପରେ ଜୋମାଟୋର ଅଂଶଧନ ମୂଲ୍ୟରେ ପ୍ରାୟ ଏକ ପ୍ରତିଶତ ହ୍ରାସ ଘଟିଥିଲା । ଏହା ସହିତ ଗୌରବଙ୍କ ଇସ୍ତଫା ନିବେଶକଙ୍କୁ ବିପୁଳ କ୍ଷତି ପହଞ୍ଚାଇଥିଲା । କମ୍ପାନୀ ପକ୍ଷରୁ ଏହାର ଇ-ଗ୍ରୋସରୀ ବ୍ୟବସାୟକୁ ବନ୍ଦ କରିବା ପାଇଁ ଘୋଷଣା କରାଯିବା ପରେ ଏଥିରେ ଅସନ୍ତୁଷ୍ଟ ହୋଇ ଗୌରବ କମ୍ପାନୀ ଛାଡିଥିବା କୁହାଯାଉଛି ।
ଜୋମାଟୋ ସହିତ ୬ ବର୍ଷ ଧରି ଜଡିତ ରହିବା ମୋୂ ଜୀବନର ଏକ ଅଭୁଲା ସ୍ମୃତି । ଏହା ସହିତ ମୋ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି ବୋଲି କହିଛନ୍ତି ଗୌରବ ଗୁପ୍ତା । ଜୋମାଟୋ ପ୍ରତି ମୋର ଭଲପାଇବା ସର୍ବଦା ଏମିତି ରହିବ । କମ୍ପାନୀକୁ ଭବିଷ୍ୟତ ପାଇଁ ମୋର ଶୁଭକାମନା । ଇ-ଗ୍ରୋସରୀ ବ୍ୟବସାୟକୁ ବନ୍ଦ କରିବା ପାଇଁ ଘୋଷଣା ଗୌରବଙ୍କ ଇସ୍ତଫାର କାରଣ କୁହାଯାଉଥିଲେ ହେଁ ଦୀପିନ୍ଦର ଗୋୟଲଙ୍କ ସହିତ ମତଭେଦ କାରଣରୁ ସେ ଇସ୍ତଫା ପ୍ରଦାନ କରିଥିବା ଚର୍ଚ୍ଚା ହେଉଛି । ଗୌରବଙ୍କ ଇସ୍ତଫା ପରେ ଜୋମାଟୋର ଅଂଶଧନ ମୂଲ୍ୟରେ ହ୍ରାସ ଘଟିଥିଲା । ସକାଳ ୯.୧୫ ସମୟରେ ଜୋମାଟୋ ଶେୟାର ମୂଲ୍ୟ ୧୪୩.୫୦ ଟଙ୍କା ରହିଥିବା ବେଳେ ୧୨.୦୫ ମିନିଟରେ ଏହା ୧୫୧.୬୦ରେ ପହଞ୍ଚିଥିଲା । ମାତ୍ର ଗୌରବଙ୍କ ଇସ୍ତଫା ଖବର ଆସିବା ପରେ ଏହାର ଅଂଶଧନ ମୂଲ୍ୟ ୧୨.୩୫ ସୁଦ୍ଧା ୧୩୯.୨୫ଟଙ୍କାକୁ ଖସି ଆସିଥିଲା ଏବଂ ନିବେଶକଙ୍କୁ କ୍ଷତି ହୋଇଥିଲା ।

Get real time updates directly on you device, subscribe now.