fbpx

୧୦ ମାସରେ ଦୁଇଥର ଗର୍ଭବତୀ ହେଲେ ମହିଳା, ୩ଟି ସନ୍ତାନକୁ ଦେଲେ ଜନ୍ମ

ନୂଆଦିଲ୍ଲୀ: କୌଣସି ମହିଳା ଦୁଇରୁ ଅଧିକ ଶିଶୁକୁ ଏକାଥରରେ ଜନ୍ମ ଦେଇଥିବା କଥା ତ ଆପଣ ମାନେ ଆଗରୁ ଜାଣିଥିବେ । କିନ୍ତୁ ଆମେରିକାରେ ଜଣେ ୨୩ ବର୍ଷୀୟା ମହିଳା ବର୍ଷକ ମଧ୍ୟରେ ତିନିଟି ଶିଶୁକୁ ଜନ୍ମ ଦେଇଛନ୍ତି । ତେବେ ଏହି ମହିଳାଙ୍କ କଥା ଆଶ୍ଚର୍ଯ୍ୟକର କାରଣ ସେ ୧୦ ମାସ ମଧ୍ୟରେ ଦୁଇଥର ଗର୍ଭବତୀ ହୋଇଛନ୍ତି ଓ ତିନିଟି ଶିଶୁକୁ ଜନ୍ମ ଦେଇଛନ୍ତି ।

ରିପୋର୍ଟ ମୁତାବକ, ୨୩ ବର୍ଷୀୟା ସରନା ସ୍ମିଥ୍ ୨୦୨୦ରେ ଜାନୁଆରୀ ୬ ତାରିଖରେ ନିଜ ପ୍ରଥମ ପୁଅକୁ ଜନ୍ମ ଦେଇଥିଲେ । ଏହାପରେ ସେ ପୁଣିଥରେ ଗର୍ଭବତୀ ହୋଇଥିଲେ ଓ ଅକ୍ଟୋବର ୩୦ ତାରିଖରେ ଦୁଇ ଯାଆଁଳା ଝିଅକୁ ଜନ୍ମ ଦେଇଥିଲେ । ଜଣେ ହେଉଛନ୍ତି ଆଲିଶା ଓ ଆଲିଜା । ପ୍ରଥମ ପୁଅ ଜନ୍ମ ହେବାର ତିନି ମାସ ପରେ ସେ ଜାଣିବାକୁ ପାଇଥିଲେ ଯେ, ସେ ଗର୍ଭବତୀ ଅଛନ୍ତି । ଏହା ଜାଣିବା ପରେ ସେ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ଡାକ୍ତରଙ୍କ ପାଖରେ ଚେକଅପ୍ କରାଇଥିଲେ । ସେଠାରେ ତାଙ୍କୁ ଡାକ୍ତର କହିଥିଲେ ଯେ, ସେ ଯାଆଁଳା ଶିଶୁର ମାଆ ହେବାକୁ ଯାଉଛନ୍ତି । ସେତେବେଳେ ଡାକ୍ତର ମାନେ ବି ଏହା ଜାଣିବା ପରେ ତାଜୁବ୍ ହୋଇଥିଲେ ।

 

Get real time updates directly on you device, subscribe now.