fbpx
BSKY SKY
BSKY SKY

ଜାମିନବିହୀନ ଗିରଫ ପରୱାନା ଜାରି କରିବାବେଳେ ଅଦାଲତ ସତର୍କ ରହିବା ଆବଶ୍ୟକ: ହାଇକୋର୍ଟ

BSKY

ଭୁବନେଶ୍ୱର: ଜାମିନବିହୀନ ଗିରଫ ପରୱାନା ଜାରି କରିବାବେଳେ ଅଦାଲତ ସତର୍କ ରହିବା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି । ଅଭିଯୁକ୍ତ ଜାଣିଶୁଣି ନ୍ୟାୟିକ ପ୍ରକ୍ରିୟାକୁ ଏଡ଼ାଇବାକୁ ଉଦ୍ୟମ କରିବା ନିଶ୍ଚିତ ହେବା ପରେ ଯାଇ ଏପରି ଗିରଫ୍‍ ପରୱାନା ଜାରି କରିବାପାଇଁ ଜଷ୍ଟିସ୍‍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଏହା ଜଣଙ୍କର ବ୍ୟକ୍ତିଗତ ସ୍ୱାଧୀନତା ଉପରେ ଗୁରୁତର ପ୍ରଭାବ ପକାଇଥାଏ ବୋଲି ଅଦାଲତ ପ୍ରକାଶ କରିଛନ୍ତି । ଗତକାଲି ପାନପୋଷ୍‍ ଏସ୍‍.ଡି.ଜେ.ଏମ୍‍. ଅଦାଲତ ଏକ ଚେକ୍‍ ବାଉନ୍‍ସ ମାମଲା ଉପରେ ଜାରି କରିଥିବା ଜାମିନବିହୀନ ଗିରଫ୍‍ ପରୱାନାକୁ ରଦ୍ଦ କରି ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.