fbpx

ଅନ୍ୟ କମ୍ପାନୀ ସହ କୋଭାକ୍ସିନ ଫର୍ମୂଲା ସେୟାର କରିବ ଭାରତ ବାୟୋଟେକ୍ : ଭି.କେ.ପଲ୍‌

ନୂଆଦିଲ୍ଲୀ,୧୩ ।୫: ଦେଶରେ ଦୈନିକ ୩ ଲକ୍ଷରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ଟିକା ଅଭାବ ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହେଉଛି । କିନ୍ତୁ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଟିକା ଅଭାବ ସମସ୍ୟା ଦୂର ହେବ । ଟିକା ସମ୍ପର୍କରେ ନୀତି ଆୟୋଗର ସଦସ୍ୟ ଭି.କେ ପଲ ସୂଚନା ଦେଇ କହିଛନ୍ତି । ସେ କହିଛନ୍ତି ଯେ, କୋଭିକ୍ସିନ ଉତ୍ପାଦନ କରୁଥିବା କମ୍ପାନୀ ଭାରତ ବାୟୋଟେକ କୋଭାକ୍ସିନର ଫର୍ମୂଲା ଅନ୍ୟ କମ୍ପାନୀ ସହ ସେୟାର କରିବାକୁ ଖୁସି ବ୍ୟକ୍ତ କରିଛି । କୋଭାକ୍ସିନକୁ ପ୍ରସ୍ତୁତ କରିବାରେ କୋଭିଡର ଜୀବିତ ଭାଇରସକୁ ବ୍ୟବହାର କରାଯାଇଛି, ଯେଉଁ ପ୍ରକ୍ରିୟାକୁ ବିଏସଏଲ-୩ ଲ୍ୟାବରେ କରାଯାଇଛି ।

ଏହା ସହ ସେ କହିଛନ୍ତି ଯେ, ‘ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୧୬ କୋଟି ଟିକା ଉପଲବ୍ଧ ହେବ । କୋଭିସିଲ୍ଡ, କୋଭାକ୍ସିନ ସହ ବହୁ ବିଦେଶୀ କମ୍ପାନୀ ଟିକା ମିଳିଛି । ଅଗଷ୍ଟରୁ ଡିସେମ୍ବର ମଧ୍ୟ;ର ୭୫ କୋଟି କୋଭିସିଲ୍ଡ ଟିକା ଉପଲବ୍ଧ ହେବା ଆକଳନ କରାଯାଉଛି । ଏହା ସହ କୋଭାକ୍ସିନ ୫୫ କୋଟି, ବାୟୋ ଇ-ଟିକା ୩୦ କୋଟି, ଜାଇଡସ୍ କାଡିଲା ଟିକା ୫ କୋଟି, ଏସଆଇଆେଇ ନୋଭାଭାକ୍ସ ୨୦ କୋଟି ଟିକା, ବିବି ନାଜାଲ ଭାକ୍ସିନ ୧୦ କୋଟି, ଜେନୋଭା ଟିକା ୬ କୋଟି, ଉପଲବ୍ଧ ହେବା ଆକଳନ କରାଯାଇଛି । ସେହିପରି ଋଷ ଟିକା ସ୍ପୁଟନିକ-ଭି ମଧ୍ୟ ୧୫.୬ କୋଟି ଟିକା ଉପଲବ୍ଧ ହେବ ବୋଲି ପଲ୍ କହିଛନ୍ତି ।

ଟିକାକରଣରେ ଭାତର ବିଶ୍ୱରେ ତୃତୀୟ ସ୍ଥାନରେ ରହିଥିବା ପଲ୍ କହିଛନ୍ତି । ଭାରତରେ ୧୮ କୋଟି ଡୋଜ୍ ଦିଆଯାଇଥିବା ବେଳେ ଆମେରିକାରେ ସର୍ବାଧିକ ୨୬ କୋଟି ଟିକାକରଣ ସରିଛି ।

Get real time updates directly on you device, subscribe now.