fbpx

ବନ୍ଦ ହେବ କୋଭାକ୍ସିନ୍ ଉତ୍ପାଦନ: ଜାଣନ୍ତୁ କଣ ରହିଛି କାରଣ, ସ୍ପଷ୍ଟ କଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ: କୋଭିଡ଼ ପାଇଁ ଭାକ୍ସିନର ଆବଶ୍ୟକତା ଧିରେ ଧିରେ କମିଲାଣି । ଆଉ ସେଥିପାଇଁ ଏବେ କମିବ କୋଭାକ୍ସିନ ଉତ୍ପାଦନ । ଅସ୍ଥାୟୀ ଭାବେ ଉତ୍ପାଦନ କମିବା ନେଇ ଏବେ ଭାରତ ବାୟୋଟିକ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଭାରତ ବାୟୋଟେକର ଅପଟିମାଇଜେସନ ପାଇଁ କୋଭାକ୍ସିନ ଉତ୍ପାଦନକୁ ଅସ୍ଥାୟୀ ଭାବେ କମ୍ କରିବା ନେଇ ସ୍ଥିର କରାଯାଇଛି । ଭାରତ ବାୟୋଟେକ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରୋକ୍ୟୁରମେଣ୍ଟ ଏଜେନ୍ସି ଗୁଡ଼ିକର ଯୋଗାଣ ତଥା ଚାହିଦାର ଅଭାବକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଟିକା ଥରେ ନେଉଥିବା ଲୋକ ଦ୍ୱୀତୀୟ ଡ଼ୋଜ ଏବଂ ପରେ ପରେ ତୃତୀୟ ଡ଼ୋଜ ତଥା ବୁଷ୍ଟର ଡ଼ୋଜ ନେଉଛନ୍ତି । ଟିକାକରଣ ଏଥିରେ ସୀମିତ ରହିଛି ଯେଉଁଥପାଇଁ ଧିରେ ଧିରେ ଆବଶ୍ୟକତା କମୁଥିବା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ କମ୍ପାନୀ କହିଛି ଯେ ଏହା ଡ଼ବ୍ଳ୍ୟୁ ଏଚ୍ ଓ ସହିତ ମଧ୍ୟ ଚୁକ୍ତି କରିଛି । ଯେଉଁଥିରେ କମ୍ପାନୀ ପକ୍ଷରୁ ସମସ୍ତ ତଥ୍ୟ ଡ଼ବ୍ଲ୍ୟୁ ଏଚ ଓ କୁ ଦିଆଯିବ । ଯାହାଦ୍ୱାରା ଆଗକୁ କୋଭିଡ଼ ବିପକ୍ଷରେ ଔଷଧ ପ୍ରସ୍ତୁତିରେ ମଧ୍ୟ ଏହା ସହାୟକ ହୋଇପାରିବ ବୋଲି କୁହାଯାଇଛି ।

କମ୍ପାନୀ ଆହୁରି ମଧ୍ୟ ସ୍ପଷ୍ଟ କରିଛି ଯେ କୋଭାକ୍ସିନ ନେଇଥିବା ଲୋକମାନେ ନିଦ୍ୱର୍ନ୍ଦରେ ଟିକା ସାର୍ଟିଫିକେଟ ବ୍ୟବହାର କରିବେ । ଏହି ଟିକାକରଣର ପ୍ରଭାବ ଏବଂ ନିରାପତ୍ତା ଉପରେ କୌଣସି ପ୍ରଭାବ ପକେଇବ ନାହିଁ ବୋଲି ମଧ୍ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କମ୍ପାନୀ ନିଜର ଲାବ୍ରୋଟେରୀକୁ ଆହୁରି ବିସ୍ଥୃତ କରିପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.