fbpx

ଶର୍ମିଷ୍ଠାଙ୍କୁ ଫେରାର କରାଇଥିଲେ ନିରଞ୍ଜନ; ଜାଣନ୍ତୁ କାହିଁକି କରିଥିଲେ ମାନସଙ୍କ ହତ୍ୟା?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଫେରାର କରାଇଥିଲେ ନିରଞ୍ଜନ ସେଠୀ । ଯାଜପୁର କାଳିଆପାଣିକୁ ଫେରାର କରାଇଥିଲେ ନିରଞ୍ଜନ । ଶର୍ମିଷ୍ଠାଙ୍କୁ ଫେରାର ପାଇଁ ସେ ୧୦ ହଜାର ଟଙ୍କା ଓ ଗାଡ଼ି ଯୋଗାଇଦେଇଥିଲେ । ପଞ୍ଚମଦିନ ଜେରା ବେଳେ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ । ଅପହରଣ ଦିନ ଦୟାଲ ଆଶ୍ରମ ଓ ପରେ ସମ୍ପୂର୍ଣ୍ଣ ଅଫିସ୍ ନିଆଯାଇଥିଲା । ନିରଞ୍ଜନ ସେହିଦିନ ମଧ୍ୟ ସମ୍ପୂର୍ଣ୍ଣ ଅଫିସ୍ ଯାଇଥିବା ନେଇ ସୂଚନା ମିଳିଛି । ଆଜି ପୁଣି ଶର୍ମିଷ୍ଠା ଓ ନିରଞ୍ଜନକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ ହେବ ।

ଅନ୍ୟପଟେ ମାନସଙ୍କ ହତ୍ୟାକାଣ୍ଡ କିଛି ଭିଡିଓ ଫୁଟେଜକୁ କେନ୍ଦ୍ର କରି ଘଟିଛି । ଶର୍ମିଷ୍ଠାକୁ ଜେରା ବେଳେ ଏନେଇ ତଥ୍ୟ ମିଳିଛି ବୋଲି କ୍ରାଇମବ୍ରାଞ୍ଚ କହିଛି । ଆଜି ଶର୍ମିଷ୍ଠା ଓ ନିରଞ୍ଜନକୁ ‘ସମ୍ପୂର୍ଣ୍ଣ’ କାର୍ଯ୍ୟାଳୟକୁ ନିଆଯିବ ।

Get real time updates directly on you device, subscribe now.