fbpx
BJD SKY
BJD SKY

ଶିଶୁଙ୍କ ଉପରେ ‘କୋଭାକ୍ସିନ୍‌’ର ଟ୍ରାଏଲ୍‌ ଆରମ୍ଭ, ପିଲାଙ୍କ ଉପରେ ଟିକା ଫଳପ୍ରଦ ସାବ୍ୟସ୍ତ ହେଲେ ଖୁବ୍‌ଶୀଘ୍ର ୨ରୁ ୧୮ ବର୍ଷୀୟଙ୍କୁ ଦିଆଯିବ ଭାକ୍ସିନ୍‌

BJD

ନୂଆଦିଲ୍ଲୀ/ ପାଟନା: କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବାରୁ କେନ୍ଦ୍ର ସରକାର ଏବେ ଶିଶୁଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି କ୍ରମରେ ବୁଧବାର ପାଟନା ସ୍ଥିତ ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ଠାରେ ଶିଶୁଙ୍କ ଉପରେ ହାଇଦ୍ରାବାଦ୍‌ସ୍ଥିତ ଭାରତ ବାୟୋଟେକ୍‌ ଦ୍ୱାରା ନିର୍ମିତ କରୋନା ଟିକା ‘କୋଭାକ୍ସିନ୍‌’ର କ୍ଲିନିକାଲ୍‌ ଟ୍ରାଏଲ୍‌ ଆରମ୍ଭ ହୋଇଛି ।

ଏଥିପାଇଁ ଗତ ସପ୍ତାହଠାରୁ ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟାକୁ ଆରମ୍ଭ କରାଯାଇଥିଲା । ଶିଶୁଙ୍କ ଉପରେ ଟିକା ଯଦି ଫଳପ୍ରଦ ସାବ୍ୟସ୍ତ ହୁଏ ତେବେ ଦେଶରେ ଖୁବ୍‌ଶୀଘ୍ର ୨ରୁ ୧୮ ବର୍ଷୀୟଙ୍କୁ ଟିକା ଦେବାକୁଅନୁମତି ଦିଆଯାଇପାରେ ।

Get real time updates directly on you device, subscribe now.