fbpx

ଟୋକିଓ ଅଲିମ୍ପିକ୍ସକୁ ସମର୍ଥନ କରିବେ ଜି-୭ ରାଷ୍ଟ୍ର, କ୍ରୀଡା ଆୟୋଜନକୁ ନେଇ ଜାପାନଲୋକଙ୍କ ବିରୋଧ ଜାରି

ଟୋକିଓ (ଓଡ଼ିଶା ଭାସ୍କର) : କରୋନା ଆତଙ୍କ ମଧ୍ୟରେ ଟୋକିଓ ଅଲିମ୍ପିକ୍‌ କ୍ରୀଡା ଆୟୋଜନକୁ ଜାପାନର ବହୁ ସଂଖ୍ୟକ ଲୋକ ଓ ଡାକ୍ତର ସଂଘ ପ୍ରବଳ ବିରୋଧ କରୁଥିବା ବେଳେ ଗ୍ରୁ-୭ ରାଷ୍ଟ୍ର ସମୂହ ଏହି ସର୍ବବୃହତ କ୍ରୀଡାକୁ ପୂର୍ଣ୍ଣ ସହଯୋଗ କରିବାପାଇଁ ବୁଧବାର ଦିନ ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ ଆସନ୍ତା ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ଏହି କ୍ରୀଡା ଆୟୋଜନ କଲେ ଯଦି କୌଣସି ଅଘଟଣ ହେବ, ତେବେ ଜାପାନ ସରକାର ଦେଶବାସୀଙ୍କ ନିକଟରେ ଉତ୍ତରଦାୟୀ ହେବେ ବୋଲି ଦେଶର ଡାକ୍ତର ୟୁନିୟନ ପକ୍ଷରୁ ସାନି ଚେତାବନୀ ଦିଆ ଯାଇଛି ।

Get real time updates directly on you device, subscribe now.