fbpx

ପୁଣି ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୮୩୮୦ ନୂଆ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୫ହଜାରକୁ ବୃଦ୍ଧି

ଭାରତରେରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଥରେ ରେକର୍ଡ ଭାଙ୍ଗିଛି । ମିଳିଥିବା ତଥ୍ୟ ମୁତାବକ, ଗତ ୨୪ ଘଣ୍ଟାରେ ୮୩୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯୩ ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ମାମଲା ସାମନାକୁ ଆସିବା ପରେ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୨ ହଜାର ୧୪୩କୁ ବୃଦ୍ଧି ପାଇଛି । ସେହି କ୍ରମରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫ ହଜାର ୧୬୪କୁ ବୃଦ୍ଧି ପାଇଛି ।

ତେବେ ବର୍ତ୍ତମାନ ସୁଦ୍ଧା ୮୯,୯୯୫ ଜଣ ଚିକିତ୍ସିତ ହେଉଥିବା ବେଳେ ୮୬,୯୮୪ ଜଣ ସୁସ୍ଥ ହେଲେଣି । ମହାରାଷ୍ଟ୍ରରେ ସର୍ବାଧିକ ୨୧୯୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଗୁଜରାଟରେ ୧୦୦୭, ଦିଲ୍ଲୀରେ ୪୧୬, ମଧ୍ୟପ୍ରଦେଶରେ ୩୪୩, ପଶ୍ଚିମବଙ୍ଗରେ ୩୦୯, ଉତ୍ତରପ୍ରଦେଶରେ ୨୦୧, ରାଜସ୍ଥାନରେ ୧୯୩ ଜଣଙ୍କର ମୃତ୍ୟୁ ହୋଇଛି ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.