fbpx

ରାଜ୍ୟରେ ଆଉ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୩୧/୫(ଓଡ଼ିଶା ଭାସ୍କର) ରାଜ୍ୟରେ ଆଉ ୧୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ  ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି।୧୯ ଜିଲ୍ଲାରୁ ୧୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୧୯ , ୧୦ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୦ , ଯାଜପୁରରୁ ୧୦, ବାଲେଶ୍ୱରରୁ ୬ , ଖୋର୍ଦ୍ଧାରୁ ୭ , କଟକରୁ ୫, ପୁରୀରୁ ୪ , କେନ୍ଦ୍ରାପଡ଼ାରୁ ୧୮ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀରରୁ ୧୧ , ଜଗତସିଂହପୁରରୁ ୨, ସୁନ୍ଦରଗଡ଼ରୁ ୬, ଗଜପତିରୁ ୧୬, ଦେଓଗଡ଼ରୁ ୪, ନୂଆପଡ଼ାରୁ ୧୨, କେଉଁଝରରୁ ୩, ମୟୁରଭଞ୍ଜରୁ ୬, ମାଲକାନଗିରିରୁ ୧,ଢେଙ୍କାନାଳରୁ ୧, ସମ୍ବଲପୁରରୁ ୧, ବରଗଡ଼ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.