fbpx

କୋଭିଡ ଯୋଗୁଁ ଭାରତରେ ୨ ବର୍ଷ କମିବ ଆୟୁଷ: ଅଧ୍ୟୟନରୁ ଖୁଲାସା

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଲୋକମାନଙ୍କ ଜୀବନଶୈଳୀ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡ ଯୋଗୁଁ ଭାରତରେ ଅତି କମରେ ୨ ବର୍ଷ ଆୟୁଷ ହ୍ରାସ ପାଇବ । ମୁମ୍ବାଇ ଡେଓନାର ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର୍ ପପୁଲେସନ ଷ୍ଟଡିଜର ବୈଜ୍ଞାନିକମାନେ ଏହି ଅନୁସନ୍ଧାନ କରିଛନ୍ତି ।

ଅଧ୍ୟୟନ ମୁତାବକ, ପୁରୁଷ ଓ ମହିଳାଙ୍କ ଜନ୍ମ ସମୟରେ ଆୟୁଷ ୬୯.୫ ବର୍ଷ ଓ ୨୦୧୯ରେ ୭୨ ବର୍ଷରୁ ୬୭.୫ ବର୍ଷ ଓ ୨୦୨୦ରେ ୬୯.୮ ବର୍ଷକୁ ଖସିଆସିଛି । ତେବେ ଜନ୍ମ ସମୟରେ ଆୟୁଷକୁ ହାରାହାରି ସଂଖ୍ୟା ଭାବେ ବାଖ୍ୟା କରାଯାଇଛି । ସାଧାରଣ ବର୍ଷ ତୁଳନାରେ ୨୦୨୦ରେ କରୋନା ଯୋଗୁଁ ୩୫ରୁ ୭୯ ବର୍ଷ ବର୍ଗରେ ଅଧିକ ମୃତ୍ୟୁ ଘଟିଥିଲା । ଏନେଇ ଆଇଆଇପିଏସ ଆସିଷ୍ଟାଣ୍ଟ ପ୍ରଫେସର ସୂର୍ଯ୍ୟକାନ୍ତ ଯାଦବ ‘ବିଏମସି ଜନସ୍ୱାସ୍ଥ୍ୟ’ ନାମକ ଡାକ୍ତରୀ ପତ୍ରିକାରେ ପ୍ରକାଶ କରିଛନ୍ତି ।

ଅଧ୍ୟୟନରୁ ଜଣାପଡିଛି ଯେ, ୩୫ ବର୍ଷରୁ ୬୯ ବର୍ଷ ବୟସର ପୁରୁଷମାନଙ୍କ ମଧ୍ୟରେ କୋଭିଡ ମୃତ୍ୟୁ ସର୍ବାଧିକ ଥିଲା । ଭାରତରେ ମୃତ୍ୟୁ ହାରରେ କୋଭିଡ ମହାମାରୀର ପରିଣାମ ଜାଣିବା ପାଇଁ ଆଇଆଇପିଏସ ଅଧ୍ୟୟନ କରାଯାଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମାର୍ଚ୍ଚ ୨୦୨୦ରୁ କରୋନା ଯୋଗୁଁ ୪.୫ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି । କିନ୍ତୁ ବିଶେଷଜ୍ଞଙ୍କ ମତ ଅନୁସାରେ, ଭାରତରେ ମହାମାରୀ ହେତୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.