fbpx
BSKY
BJD SHG SKY
BJD YOUTH SKY

ମମିତା ମେହେରଙ୍କ ଘରେ ମହିଳା କମିଶନ ଅଧ୍ୟକ୍ଷା

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଥିବା ବେଳେ ଏବେ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ । ଏହାରି ମଧ୍ୟରେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ବଲାଙ୍ଗିରରେ ପହଞ୍ଚି ତଦନ୍ତ କରୁଛନ୍ତି । ଆଜି ତୁରେଇକେଲା ଝରଣୀ ଗାଁରେ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ପରିବାକୁ ସେ ଭେଟିଛନ୍ତି । ପରିବାର ସହ ମହିଳା କମିଶନଙ୍କ ସମେତ ୪ ଜଣିଆ ଟିମ୍ ଆଲୋଚନା କରିଛନ୍ତି । ଏହା ପରେ ସେ ମହାଲିଙ୍ଗ ଗସ୍ତ କରି ସ୍କୁଲ ତଦନ୍ତ କରିବେ । ଏହା ସହିତ ମମିତା କାମ କରୁଥିବା ସ୍କୁଲର ଛାତ୍ରୀଙ୍କ ସହିତ ଆଲୋଚନା କରିପାରନ୍ତି ମହିଳା କମିଶନ ଅଧ୍ୟକ୍ଷା । ଗତକାଲି ସେ ଏସପି ଅଫତିସ ଯାଇ ତଦନ୍ତ କରିଥିଲେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.