fbpx

News across the Earth, news close to your heart, Read Odisha Bhaskar English

Cryptocurrencyରେ ରହିଛି ଏହିସବୁ ଡାର୍କ ସିକ୍ରେଟ୍, ନିବେଶ ପୂର୍ବରୁ ନିଶ୍ଚୟ ଜାଣିରଖନ୍ତୁ

ଯଦି ଆପଣ କ୍ରିପ୍ଟୋକରେନ୍ସିରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଏହା ବିଷୟରେ ସବିଶେଷ ତଥ୍ୟ ଜାଣିବା ନିହାତି ଦରକାର । ଆଜିକାଲି ବିଟକଏନ, ଇଥିରିୟମ ଭଳି ଅନେକ କ୍ରିପ୍ଟୋକରେନ୍ସି ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏଥିରେ ନିବେଶ କଲେ କ’ଣ ବେନିଫିଟ ମିଳିବ ଓ କ’ଣ ରିସ୍କ ରହିଛି, ତାହକୁ ତର୍ଜମା କରିବା ଉଚିତ ।

ବେନିଫିଟ୍:

୧- ଏହା ଏକ ଡି-ସେଣ୍ଟ୍ରାଲାଇଜ୍ ଆସେଟ ହୋଇଥିବା ବେଳେ ଏଥିରେ କୌଣସି ପ୍ରକାର ରେଗୁଲେସନ ନାହିଁ । ସରକାର ବର୍ତ୍ତମାନ ସୁଦ୍ଧା କ୍ରିପ୍ଟୋକରେନ୍ସିକୁ ନେଇ କୌଣସି ହସ୍ତକ୍ଷେପ କରିନାହାନ୍ତି । ତେଣୁ ନିବେଶକଙ୍କ ଉପରେ ଏହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଥାଏ ।

୨- ସାରା ଦୁନିଆରେ ଏହା ଗ୍ରହଣଯୋଗ୍ୟ ହୋଇଥିବାରୁ ଆପଣଙ୍କ ପାଖରେ କ୍ରିପ୍ଟୋକରେନ୍ସି ଥିଲେ ଏହାକୁ ଯେ କୌଣସି ସ୍ଥାନରେ ନିବେଶ କରିହେବ ।

୩- କ୍ରିପ୍ଟୋ ଏକ୍ସଚେଞ୍ଜ ୨୪ ଘଣ୍ଟା ଓ ୭ ଦିନ କାର୍ଯ୍ୟ କରିଥାଏ । ଶେୟାର ଏକ୍ସଚେଞ୍ଜ ପରି ଏହା ସକାଳ ୯.୧୫ରୁ ଦ୍ୱିପ୍ରହର ୩.୩୫ ପର୍ଯ୍ୟନ୍ତ କାର୍ଯ୍ୟ କରେ ନାହିଁ । ଏପରି ସ୍ଥଳେ ନିବେଶକ ଯଦି ଚାହିଁବେ, ତେବେ ପୋର୍ଟୋଫୋଲିଓରେ କିଛି ବି ପରିବର୍ତ୍ତନ କରିପାରିବେ । ବିକ୍ରି କରିବା ଓ କିଣିବା ଏଥିରେ ଅନ୍ତର୍ଭୁକ୍ତ ରହିଛି ।

ରିସ୍କ:

୧- କ୍ରିପ୍ଟୋକରେନ୍ସି ରେଗୁଲେଟେଡ ହୋଇ ନଥିବାରୁ ଏଥିରେ କୌଣସି ନିବେଶକ ଫସିବାର ସମ୍ଭାବନା ରହିଥାଏ । କୌଣସି ସମସ୍ୟାରେ ଫସିଲେ ସେଥିରୁ ମୁକୁଳାଇବାକୁ କେହି ନଥାନ୍ତି । ଏପରିକି ଆପଣଙ୍କ ସହ ଧୋକ୍କା ହେଲେ ବି ଆପଣ ବର୍ତ୍ତି ପାରିବେ ନାହିଁ । ଏ କ୍ଷେତ୍ରରେ ସୁରକ୍ଷାର ସମସ୍ତ ଦାୟିତ୍ୱ ଆପଣଙ୍କର ହୋଇଥାଏ ।

୨- ଏହା ଏକ ଡିଜିଟାଲ ଆସେଟ୍ ହୋଇଥିବାରୁ ସାଇବର କ୍ରିମିନାଲ ଏହାକୁ ହ୍ୟାକ କରି ଆପଣଙ୍କ ୱାଲେଟ ଚୋରି କରିନେଇଥାଏ । ତେବେ ଯଦି ଆପଣ କ୍ରିପ୍ଟୋରେ ନିବେଶ କରିବାକୁ ଇଚ୍ଛୁକ ଅଛନ୍ତି, ତେବେ ପୋର୍ଟୋଫୋଲିଓର କିଛି ଅଂଶ ଏଥିରେ ରଖିବାକୁ ଆର୍ଥିକ ପରାମର୍ଶଦାତାମାନେ ପରାମର୍ଶ ଦେଇଛନ୍ତି ।

୩- କ୍ରିପ୍ଟୋକରେନ୍ସିର ମୂଲ୍ୟ ବହୁତ ଶୀଘ୍ର ଉପରକୁ ଉଠିବା ସହ ତଳକୁ ଖସିଥାଏ । ଅନେକ ସମୟରେ ଠିକ୍ ସମୟରେ ଏଣ୍ଟ୍ରି ନକଲେ ଆପଣ କ୍ଷତିରେ ପଡ଼ିଥାନ୍ତି । ତେଣୁ ବ୍ୟସ୍ତ ନହୋଇ ଦୀର୍ଘ ସମୟ ପାଇଁ ଅପେକ୍ଷା କରି ଆପଣ ଏହାର ଫାଇଦା ଉଠାଇ ପାରିବେ ।

Get real time updates directly on you device, subscribe now.