fbpx

ଆହୁରି ସହଜ ହେଲା ଟିକାକରଣ ପାଇଁ ସ୍ଲଟ୍‌ ବୁକିଂ, ଏଣିକି ଗୋଟିଏ କଲ୍‌ରେ ବୁକିଂ ହୋଇଯିବ ସ୍ଳଟ୍

ନୂଆଦିଲ୍ଳୀ (ଓଡ଼ିଶା ଭାସ୍କର): ବର୍ତ୍ତମାନ ୧୮ ବର୍ଷରୁ ବୟସ୍କ ଲୋକଙ୍କୁ ଟିକା ଦାନ ପାଇଁ ଅନୁମତି ମିଳିସାରିଛି । କୋ-ୱିନ୍‌ ଆପ୍‌ ମାଧ୍ୟମରେ ୧୮-୪୪ବର୍ଷୀୟ ଲୋକେ ଏଥିପାଇଁ ସ୍ଲଟ୍‌ ବୁକିଂ କରିବା ଆରମ୍ଭ କରିଦେଲେଣି । ସେହିଭଳି ଆଉ କିଛି ଲୋକ ଟିକା ନେଇ ସାରିଲେଣି । ତେବେ ସ୍ମାର୍ଟଫୋନ୍‌ ବ୍ୟବହାର ସହଜ ଉପାୟରେ ସ୍ଲଟ୍‌ ବୁକିଂ କରୁନଥିବା ଲୋକମାନେ କିଭଳି ସ୍ଲଟ୍‌ ବୁକିଂ କରିପାରିବେ ସେଥିପାଇଁ ସରକାର ଏକ ନୂଆ ସୁବିଧା ଉପଲବ୍ଧ କରିଛନ୍ତି ।

ଏବେ ଫୋନ୍‌ କଲ୍‌ ମାଧ୍ୟମରେ ସ୍ଲଟ୍‌ ବୁକିଂ ହୋଇପାରିବ । ସ୍ଲଟ୍‌ ବୁକିଂ କରିବା ପାଇଁ ହେଲ୍ପ ଲାଇନ୍‌ ନମ୍ବର ୧୦୭୫ ଡାଏଲ୍‌ କରିବାକୁ ହେବ । ବିଶେଷକରି ଏହା ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ସୁବିଧାଜନକ ହେବ ବୋଲି ନ୍ୟାଶନାଲ୍‌ ହେଲ୍‌ଥ ଅଥରିଟିର ମୁଖ୍ୟ ଆର୍‌ଏସ୍‌ ଶର୍ମାକହିଛନ୍ତି । ଏହି ନମ୍ବରକୁ କଲ୍‌ କରିବା ପରେ ସେମାନେ ଆପଣଙ୍କୁ କ’ଣ କରିବାକୁ ଚହୁଁଛନ୍ତି ବୋଲି ପ୍ରଶ୍ନ କରିବେ । ଆପଣ ସ୍ଲଟ୍‌ ବୁକିଂ ଚୟନ କରିବେ । ପରେ ଆପଣଙ୍କୁ ଆଧାର କିମ୍ବା ଭୋଟର କାର୍ଡ ସୂଚନା ଦେବାକୁ ହେବ । ଡାଟା ଦେଇ ସାରିବା ପରେ ଆପଣଙ୍କ ସ୍ଲଟ୍‌ ବୁକିଂ ହୋଇଗଲା ବୋଲି ସୂଚନା ମିଳିବ ।

Get real time updates directly on you device, subscribe now.