fbpx

ଆଜିଠୁ ଭବାନୀପାଟଣାରେ କାର୍ଯ୍ୟକ୍ଷମ ହେବ ୫୦ଶଯ୍ୟାର କୋଭିଡ଼-୧୯ ହସ୍ପିଟାଲ

୨ଟି ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ ୫ଟଇ ସଚିବ ଓ ଉନ୍ନୟନ କମିସନର

ଭୁବନେଶ୍ୱର, ୧୫ା୪(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ ରଖିବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ଆଜିଠାରୁ କଳାହାଣ୍ଡି ଭବାନୀପାଟଣାରେ କାର୍ଯ୍ୟକ୍ଷମ ହେବ ୫୦ଶଯ୍ୟାର କୋଭିଡ଼-୧୯ ହସ୍ପିଟାଲ । ଆଉ ୭ଦିନରେ ପ୍ରସ୍ତୁତ ହେବ ୬ ଆଇସିୟୁ ଶଯ୍ୟା ସମେତ ୨୦୦ ଶଯ୍ୟା । ସେହିପରି ସମ୍ବଲପୁରରେ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ । ୨୦ଟି ଆଇସିୟୁ ଶଯ୍ୟା ସମେତ ହସ୍ପିଟାଲରେ ୨୦୦ଶଯ୍ୟା ରହିବ । ବିନା ବାଧାରେ କୃଷିକାର୍ଯ୍ୟ ପରିଚାଳନା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବା ସହ ପଶ୍ଚିମ ଓଡ଼ିଶାରେ କୃଷି ପରିବହନ ସୁଗମ କରିବାକୁ ଡିଆଇଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ଆଜି ୨ଟି ଜିଲ୍ଲାରେ ଭୋଭିଡ଼-୧୯ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଥିଲେ ୫ଟି ସଚିବ ଭି.କେ.ପାଣ୍ଡିଆନ ଓ ଉନ୍ନୟନ କମିସନର ସୁରେଶ ମହାପାତ୍ର । ସେ କଳାହାଣ୍ଡି ସ୍ଥିତ ଭବାନୀପାଟଣା ଓ ସମ୍ବଲପୁରରେ କୋଭିଡ-୧୯ ହସ୍ପିଟାଲର ପରିଦର୍ଶନ କରିଥିଲେ ।

Get real time updates directly on you device, subscribe now.