fbpx
BJD SKY
BJD SKY

ନର୍ସଙ୍କୁ ସଲାମ୍! କରୋନା ପଜିଟିଭ୍ ମହିଳାଙ୍କ ଶିଶୁକୁ ପିଆଇଲେ କ୍ଷୀର

BJD

ଛତିଶଗଡର କୋରବା ଜିଲ୍ଲାର କାଟଘୋରା ଏବେ କରୋନାର ହଟସ୍ପଟ ହୋଇ ରହିଛି । ଏଠାରେ ବହୁ ସଂଖ୍ୟାରେ କରୋନା ପଜିଟିଭ୍ ମାମଲା ସାମନାକୁ ଆସୁଛି । ଏହି ଅଞ୍ଚଳରେ ଏକ ସମ୍ପୂର୍ଣ୍ଣ ପରିବାର କରୋନରେ ଆକ୍ରାନ୍ତ ହୋଇଛନ୍ତି । ଜଣଙ୍କ ପରେ ଜଣେ କରୋନାରେ ସଂକ୍ରମିତ ହେବା ଜଣାପଡିଥିବା ବେଳେ ସେଥିମଧ୍ୟରୁ ଦୁଇଜଣ ମହିଳା ସକାରାକ୍ରମ ବୋଲି ଜଣାପଡିଛି । ଏହି ମହିଳାଙ୍କ ଛୋଟ ପିଲାଟିଏ ଅଛି, କିନ୍ତୁ ମା ଜଣକ ଇଛା ଥାଇ ମଧ୍ୟ ପିଲାକୁ କ୍ଷୀର ଦେବାରେ ସକ୍ଷମ ନୁହଁନ୍ତି । ପୁରା ପରିବାର କରୋନାରେ ସଂକ୍ରମିତ ଥିବାରୁ ପିଲାଟିର ଯତ୍ନ ଦେବାକୁ କେହି ଉପସ୍ଥିତ ନାହାନ୍ତି ।

ଏଭଳି ପରିସ୍ଥିତିରେ ପିଲାଟିର ମା ସାଜିଛନ୍ତି ମେଡିକାଲର ନର୍ସ । ଏମ୍ସ ମେଡିକାଲରେ ନର୍ସମାନେ ଶିଶୁଟି ପାଇଁ ମା’ର କର୍ତ୍ତବ୍ୟ ପାଳୁଛନ୍ତି । ଡାକ୍ତରଖାନାରୁ ଏକ ଚିତ୍ର ସାମାନାକୁ ଆସିଛି, ଯେଉଁଥିରେ ନର୍ସମାନେ ପିଲାଟିକୁ କ୍ଷୀର ପିଆଉଛନ୍ତି । ଏହି ଚିତ୍ର ଭାଇରାଲ ହେବା ପରେ ଦେଶବାସୀମାନେ ନର୍ସଙ୍କୁ ସଲାମ୍ କରୁଛନ୍ତି ।

Get real time updates directly on you device, subscribe now.