fbpx
BJD
BJD SKY
BJD SKY

ସଂକ୍ରମଣର ବର୍ଷକ ପରେ ମଧ୍ୟ ମସ୍ତିଷ୍କ କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ କୋଭିଡ୍: ଅଧ୍ୟୟନ

କୋଭିଡ୍ ବିଦାୟ ନେଇ ସାରିଛି ବୋଲି ଅନୁମାନ କରାଯାଇପାରେ । ଦୁନିଆ ସେହି ଭୟଙ୍କର ସମୟକୁ ଭୁଲିବାକୁ ଲଶଗିଛି, ଯେବେ ଲୋକମାନେ ଲକଡାଉନ ଦ୍ୱାରା ଅସୁବିଧା ଭୋଗୁଥିଲେ ଓ କୋଭିଡର ଚିକିତ୍ସା ପାଇଁ ଏଣେତେଣେ ବୁଲୁଥିଲେ । କରୁଥିଲେ । ଏହି ସଂକ୍ରମଣ ଲୋକଙ୍କ ଫୁସଫୁସ, ପେଟ ଏବଂ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଉଥିଲା ।

କୋଭିଡର ପ୍ରଭାବ ଉପରେ ଅଧ୍ୟୟନ ଜାରି ରହିଛି । ବିଶ୍ୱାସ କରାଯାଏ ଯେ ଅନେକ ଭାରିଆଣ୍ଟର ଏପରି ପୀଡିତ ଅଛନ୍ତି, ଯାହାର ପାର୍ଶ୍ୱ ପ୍ରତିକ୍ରିୟା ରୋଗ ଭଲ ହେବା ପରେ ମଧ୍ୟ ଦୀର୍ଘ ସମୟ ଧରି ରହିଥାଏ । ସମାନ ବିଷୟ ଉପରେ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ମସ୍ତିଷ୍କ ଅନ୍ଧକାରମୟ ହେବା ପରି କୋଭିଡର କିଛି ଲକ୍ଷଣ ଲୋକଙ୍କଠାରେ ମୂଳ ସଂକ୍ରମଣର ଦୁଇ ବର୍ଷ ପରେ ଅନୁଭୂତ ହେଉଛି ।

ବ୍ରିଟେନର କିଙ୍ଗ କଲେଜ ଲଣ୍ଡନ ଏବଂ ଇମ୍ପେରିଆଲ୍ କଲେଜ ଲଣ୍ଡନର ଏକ ଟିମ୍ ମହାମାରୀ ସମୟରେ ସାର୍ସ କୋଭ୍-୨ ଦ୍ବାରା ସଂକ୍ରମିତ ହୋଇଥିବା ୩୩୩୫ ଜଣଙ୍କ ଜ୍ଞାନ ପରୀକ୍ଷଣର ଫଳାଫଳ ବିଶ୍ଳେଷଣ କରିଥିଲେ । ଏହି ପରୀକ୍ଷଣଗୁଡ଼ିକ ବିଭିନ୍ନ ଦକ୍ଷତା ମାପ କଲା ଯେପରିକି ସ୍ମୃତି, ଧ୍ୟାନ, ଯୁକ୍ତି, ପ୍ରକ୍ରିୟାକରଣ ବେଗ ଏବଂ ମୋଟର ନିୟନ୍ତ୍ରଣ ।

ଗବେଷକମାନେ ଜାଣିବାକୁ ପାଇଲେ ଯେ, ଯେଉଁମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିନାହାଁନ୍ତି, ସେମାନଙ୍କଠାରେ ୧୨ ସପ୍ତାହ କିମ୍ବା ତାଠାରୁ ଅଧିକ ସମୟ ପାଇଁ କୋଭିଡ୍ ୧୯ ର ଲକ୍ଷଣ ଥିଲା । ଜ୍ଞାନଗତ ଦକ୍ଷତା ଉପରେ ଏହାର ପ୍ରଭାବ ହାରାହାରି ବୟସ ୧୦ ବର୍ଷ ବୃଦ୍ଧି ସହିତ ସମାନ ଥିଲା । ସେହି ଅଧ୍ୟୟନରେ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ନିଆଯାଇଥିଲା, ଯେଉଁଥିରେ ୯ ମାସର ବ୍ୟବଧାନ ରଖାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟ ସାର୍ସ କୋଭ୍-୨ ସଂକ୍ରମଣର ଦୁଇ ବର୍ଷ ପରେ ରଖାଯାଇଥିଲା ।

ପରିସଂଖ୍ୟାନ ଦର୍ଶାଏ ଯେ ଦୀର୍ଘ ଦିନ ଧରି କୋଭିଡ ସଂକ୍ରମଣରେ ପୀଡିତ ଅଂଶଗ୍ରହଣକାରୀଙ୍କ ଉଭୟ ପର୍ଯ୍ୟାୟର ପରୀକ୍ଷା ସ୍କୋରରେ କୌଣସି ଉନ୍ନତି ହୋଇନଥିଲା । କିଙ୍ଗ କଲେଜ ଲଣ୍ଡନର ଡାଟା ବୈଜ୍ଞାନିକ ନାଥାନ୍ ଚେଡାମ କହିଛନ୍ତି ଯେ, ସେମାନଙ୍କର ଫଳାଫଳ ଦର୍ଶାଏ ଯେ କୋଭିଡ -୧୯ ପରେ ଦୀର୍ଘ ଦିନ ଧରି ଲକ୍ଷଣ ସହ ଜୀବନ ବିତାଉଥିବା ଲୋକଙ୍କଠାରେ ପ୍ରାରମ୍ଭିକ ସଂକ୍ରମଣର ଦୁଇ ବର୍ଷ ପରେ ମଧ୍ୟ କିଛି ମାନସିକ ପ୍ରକ୍ରିୟାରେ ପ୍ରଭାବ ପଡିଥାଏ । ଶବ୍ଦ, ଆକୃତି ଏବଂ ମାନସିକ ପ୍ରକ୍ରିୟା ମନେ ରଖିବାର କ୍ଷମତା ଏଥିରେ ସାମିଲ ରହିଛି ।

Get real time updates directly on you device, subscribe now.