fbpx

କାଳିଆ ହିତାଧିକାରୀଙ୍କୁ କୋଭିଡ୍ ସହାୟତା, ଜାଣନ୍ତୁ କେମିତି କରିବେ ଚେକ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଚାଷୀଙ୍କ ଉନ୍ନତି ପାଇଁ ଆରମ୍ଭ କରାଯାଇଥିବା କାଳିଆ ଯୋଜନାରେ ବୁଧବାର କୋଭିଡ ସହାୟତା ପ୍ରଦାନ କରାଯାଇଛି । କାଳିଆ ଯୋଜନାରେ ସାମିଲ ରହିଥିବା ଭୂମିହୀନ ହିତାଧୀକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଥିବା ଜଣାପଡିଛି । ରାଜ୍ୟର ୧୮ ଲକ୍ଷ ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ପଠାଯାଇଥିବା ଜଣାପଡିଛି । ବୁଧବାର ସମୁଦାୟ ୩୮୬ କୋଟି ଟଙ୍କାର ଅର୍ଥ ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷିକ୍ଷେତ୍ରରେ ଚାଷୀଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି । ଭୂମିହୀନ ଚାଷୀଙ୍କୁ ଏହି ଅର୍ଥ ଦେଇ ମୁଁ ଅତ୍ୟନ୍ତ ଖୁସି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ ହେବା ପର୍ଯ୍ୟନ୍ତ ଚାଷୀଙ୍କ ଉନ୍ନତି ପାଇଁ ଲଢେଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯେଉଁ ଚାଷୀମାନଙ୍କ ଆକାଉଣ୍ଟକୁ ଅର୍ଥ ଆସିଛି ସେମାନେ ନିଜର ପଞ୍ଜୀକୃତ ମୋବାଇଲ ମାଧ୍ୟମରେ ଅଥବା ନିଜ ବ୍ୟାଙ୍କ ପାଶବୁକରୁ ଏହାକୁ ଚେକ୍ କରି ପାରିବେ ।

Get real time updates directly on you device, subscribe now.