fbpx

ପଜିଟିଭିଟି ହାର କମୁଛି, ରିକଭରି ହାର ବଢ଼ୁଛି

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ପ୍ରକୋପ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଦେଶର ୧୫ଟି ରାଜ୍ୟରେ ପଜିଟିଭିଟି ହାର ୫ ପ୍ରତିଶତରୁ କମ୍ ରହିଛି । ଗତ ଏକ ସପ୍ତାହରେ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ପ୍ରାୟ ୩୩ ପ୍ରତିଶତ ହ୍ରାସ ପାଇଛି । ଏପ୍ରିଲ୍ ୩ ତାରିଖରୁ ପଜିଟିଭିଟି ହାର ଦ୍ରୁତ ଗତିରେ କମିବାରେ ଲାଗିଛି । ସେହିପରି ସକ୍ରିୟ ମାମଲା ୬୬ ପ୍ରତିଶତ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯ଼ୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି ।

ସେ କହିଛନ୍ତି ଯେ ଦେଶରେ ମେ ୩ ତାରିଖରେ ଆରୋଗ୍ୟ ହାର ୮୧.୮ ପ୍ରତିଶତ ରହୁଥିବା ବେଳେ ଏବେ ଏହା ବଢ଼ିଯାଇ ୯୪.୩ ପ୍ରତିଶତକୁ ବୃଦ୍ଧି ପାଇଛି । ଜୁନ ୧ରୁ ୭ ମଧ୍ୟରେ ଦେଶରେ ପଜିଟିଭିଟି ହାର ୬.୩ ପ୍ରତିଶତ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧ଲକ୍ଷ ୮୨ହଜାର ଲୋକ ସୁସ୍ଥ ହୋଇଛନ୍ତି ।

ଏହି ଅବସରରେ ନିତି ଆୟୋଗ ସଦସ୍ୟ ଡ. ଭି.କେ. ପଲ କହିଛନ୍ତି ଯେ କରୋନା ଭୁତାଣୁ ଶିଶୁମାନଙ୍କ କ୍ଷେତ୍ରରେ ଅଧିକ ସଂକ୍ରାମକ ହେଉଥିବାର କୌଣସି ତଥ୍ୟ ହସ୍ତଗତ ହୋଇନାହିଁ । ତେଣୁ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବେ ତାହା କରିବା ବିଜ୍ଞାନ ସମ୍ମତ ନୁହେଁ ।

Get real time updates directly on you device, subscribe now.