fbpx

କୋଭିଡ୍ କଟକଣା ଭିତରେ ପାଳନ ହେବ ଶୀତଳଷଷ୍ଠୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ କଟକଣା ଭିତରେ ପାଳନ ପାଳନ ହେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ କାର୍ଯ୍ୟ । ବିନା ଭକ୍ତ ବିନା ରୋଶଣିରେ ହେବ ଶୀତଳଶଷ୍ଠୀ ପର୍ବ । ମାତ୍ର ୭ ଜଣ ସେବାୟତଙ୍କୁ ନେଇ ମନ୍ଦିର ପରିସରରେ ହେବ ବିବାହ । ପଟୁଆର, ଭୋଜିଭାତ ଓ ଆତସବାଜିକୁ ସମ୍ପୂର୍ଣ୍ଣ ମନା କରାଯାଇଛି । ଶୀତଳଷଷ୍ଠୀ ମହୋତ୍ସବ ପାଇଁ ଏଭଳି କଟକଣା କରାଯାଇଛି ।

ସଂକ୍ରମଣ କମିଛି ହେଲେ ଭୟ ହଟିନି । ତେଣୁ କଟକଣା ଭିତରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା । ଏଥିପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟକୁ ବିଏମସି ପକ୍ଷରୁ ଦିଆଯାଇଛି ସର୍ତ୍ତମୂଳକ ଅନୁମତି । ଏଥିରେ ସାମିଲ ହେବାକୁ ଥିବା ସେବାୟତ ଓ ପାଳିଆ ସେବାୟତଙ୍କର ଆଗୁଆ କରାଯିବ କୋଭିଡ ଟେଷ୍ଟ । ପରମ୍ପରା କ୍ରମେ ଲିଙ୍ଗରାଜଙ୍କ ଶୋଭାଯାତ୍ରା ମନ୍ଦିରରୁ ବାହାରି କେଦାରଗୌରୀ ମନ୍ଦିରକୁ ଯିବ । ଚଳିତ ବର୍ଷ ରଜ ସଂକ୍ରାନ୍ତି ୧୫ ତାରିଖ ରାତି ୧୧ଟାରେ ଲିଙ୍ଗରାଜଙ୍କ ପାଲିଙ୍କି ଓ ବିମାନ ବାହାରି କେଦାରଗୌରୀ ମନ୍ଦିରରେ ୧୧ଟା ୪୫ ସୁଦ୍ଧା ପହଞ୍ଚିବା ସେଠାରେ ୭ଜଣ ସେବାୟତଙ୍କ ଦ୍ୱାରା ବିବାହ ସମ୍ପନ୍ନ ହେବ । ତା ପର ଦିନ ୧୬ ତାରିଖ ରାତି ୧୦ଟା ୩୦ରେ ପଟୁଆର ବାହାରି ୧୧ଟା ୪୫ ସୁଦ୍ଧା ଲିଙ୍ଗରାଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ଦେବ-ଦେବୀ । ପରମ୍ପରା ଅନୁଯାୟୀ ଦେବ ବିବାହରେ ବାସୁଦେବ ଓ କପିଳନାଥ ଦେବ ଉପସ୍ଥିତ ରହିବା କଥା । ଗତ କିଛି ବର୍ଷ ଧରି କୌଣସି କାରଣରୁ କପିଳନାଥ ଅନୁପସ୍ଥିତ ରହିବାରୁ ପରମ୍ପରା ଭଙ୍ଗ ହେଉଛି । ତେବେ ଶୀତଳଷଷ୍ଠୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ କମିସନରେଟ ପୋଲିସର ସହାୟତା ଲୋଡ଼ାଯାଇଛି ।

Get real time updates directly on you device, subscribe now.