fbpx

ବୃଦ୍ଧି ପାଉଛି ପେଟ୍ରୋଲ ଦର, VJTI ଛାତ୍ର ତିଆରି କଲେ ବ୍ୟାଟେରି ସାଇକେଲ

ମୁମ୍ବାଇ: ପେଟ୍ରୋଲ-ଡିଜେଲର ଦାମ ଯେଉଁଭଳି ବୃଦ୍ଧି ପାଉଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇର ଜଣେ ଯୁବକ ତିଆରି କରିଛନ୍ତି ବ୍ୟାଟେରି ସାଇକେଲ । ଯାହାକି ସମ୍ପୂର୍ଣ୍ଣ ବ୍ୟାଟେରିରେ ଚାଲିବ । ଯୁବକ ଜଣକ କହିଛନ୍ତି କି ଏହା ଲୋକଙ୍କ ପାଇଁ ଅତ୍ୟନ୍ତ ସୁବିଧାଜନକ ହେବ ଓ ପକେଟକୁ ବହୁତ କମ୍ ପ୍ରଭାବ ପକାଇବ । ଯୁବକ ଜଣଙ୍କ ହେଉଛନ୍ତି ବୀରମାତା ଜୀଜାବାଇ ଟେକ୍ନୋଲୋଜିକାଲ୍ ଇନଷ୍ଟିଚ୍ୟୁଟ୍ (ଭିଜେଟିଆଇ)ର ଛାତ୍ର ଆଡେଶ ଲଞ୍ଜେକର । ତାଙ୍କୁ ସହପାଠୀମାନେ ଏହି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି ।
ସୂଚନା ଯୋଗ୍ୟ ଯେ ମହାରାଷ୍ଟ୍ରର ମୁମ୍ବାଇ, ପୁଣେ, ନାଗପୁର, ନାସିକ ଓ ଔରଙ୍ଗାବାଦ ଭଳି ସହରରେ ଏହି ବ୍ୟାଟେରି ବାଇକ ବ୍ୟବହାରକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେହିଭଳି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ସାଇକେଲ୍ ପ୍ରତି ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ଛାତ୍ରମାନଙ୍କ ସହ କାମ କରୁଥିବା ଆଡେଶ କହିଛନ୍ତି ଯେ ଯଦି ବାଇକ ଚଳାଇବା ପାଇଁ ଯଦି ଆପଣଙ୍କୁ ଏକ କିଲୋମିଟର ପାଇଁ ତିନିରୁ ଚାରି ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି, ତେବେ ଏହି ସାଇକେଲ ସମାନ ରାସ୍ତା ପାଇଁ ପ୍ରାୟ ୨୦ ପଇସା ଖର୍ଚ୍ଚରେ ହୋଇଯିବ ।
ଏହି ବ୍ୟାଟେରିକୁ ଚାର୍ଜ କରିବାକୁ ୩ ଘଣ୍ଟା ସମୟ ଲାଗିଥାଏ ଓ ଏହି ସମୟରେ ବ୍ୟବହୃତ ବିଦ୍ୟୁତ୍ ପରିମାଣ ମାତ୍ର ୧୦ରୁ ୧୫ ଟଙ୍କା । ଆପଣ ଏହି ବ୍ୟାଟେରିକୁ ସମ୍ପୂର୍ଣ୍ଣ ରୂପେ ଚାର୍ଜ କଲେ ଏହି ସାଇକେଲ ୨୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ଯଦି ଆପଣ ମଝିରେ ମଝିରେ ପେଡାଲ ବ୍ୟବହାର କରିବେ ତାହାଲେ ୪୫ କିଲୋମିଟର ବି ଯାଇପାରିବେ ।
ବ୍ୟାଟେରିରେ ଚାଲୁଥିବା ଏହି ସାଇକେଲ ବିଜେଟିଆଇ କଲେଜର ଏକ ଛାତ୍ରଗୋଷ୍ଠୀଙ୍କ ଦ୍ୱାରା ନିର୍ମିତ ହୋଇଛି । ଗୋଟିଏ ସାଇକେଲ୍ ତିଆରି କରିବାକୁ ପ୍ରାୟତଃ ୨୨ ହଜାର ଖର୍ଚ୍ଚ ହେଉଛି । ଛାତ୍ରମାନେ ଏବେ ଯାଏଁ ୧୦ଟି ସାଇକେଲ ତିଆରି କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.