fbpx

ମହାରାଷ୍ଟ୍ର ପରେ ଓଡିଶାରେ କଡାକଡି ହେବ କୋଭିଡ ନିୟମ

ଭୁବନେଶ୍ୱର,୧୯ । ୨(ଓଡିଶା ଭାସ୍କର): ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ କେତେକ ରାଜ୍ୟରେ ପୁଣିଥରେ ପଜିଟିଭ୍ ସଂଖ୍ୟା ବଢିବାରେ ଲାଗିଛି । କରୋନାକୁ ନେଇ ସର୍ତକ ରହିଛି ଓଡିଶା । ମହାରାଷ୍ଟ୍ର ପରେ ଓଡିଶାରେ ସତର୍କତା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୋଲିସ ବିଭାଗକୁ ଚିଠି ଲେଖାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି ହୋଇଛି । ସବୁ ଜିଲ୍ଲାରେ କୋଭିଡ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଅନୁସାରେ ଯଥେଷ୍ଟ କରୋନା ପରୀକ୍ଷା ଉପରେ ନଜର ରଖାଯିବ । ଭିଡ ଜାଗା ସମେତ ବଜାର, ଧର୍ମାନୁଷ୍ଠାନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.