fbpx

ରାଜ୍ୟରେ କରୋନା ସ୍ଥିତି ନେଇ କଣ କହିଲେ ରାଜ୍ୟ ସରକାର? ଜାଣନ୍ତୁ

ଭୁବନେଶ୍ୱର, ୭ା୯(ଓଡ଼ିଶା ଭାସ୍କର): କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦିଆଯାଇଥିବା ସୂଚନା ଅନୁସାରେ ଏବେ ଦିନକୁ ପ୍ରାୟ ରାଜ୍ୟରେ ପ୍ରାୟ ୩୫୦୦ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ ଦିନକୁ ୬୦ରୁ ୬୫ହଜାର ନମୁନା ପରୀକ୍ଷା କରାଯାଉଛି । କରୋନା ପାଇଁ କୌଣସି ପ୍ରକାର ଟିକା ଏପର୍ଯ୍ୟନ୍ତ ଆସିନାହିଁ । ତେଣୁ ଟିକା ଆସିବା ପର୍ଯ୍ୟନ୍ତ ଆମକୁ ଜଗିରଖି ଚଳିବାକୁ ପଡ଼ିବ । ଆଗକୁ ଲକ୍ଷ୍ୟ ରଖି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି । ଜୀବନ ସହ ଜୀବିକାର ସନ୍ତୁଳନ ଜରୁରୀ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ କଯକଣା କମିିଛି କିନ୍ତୁ କୋଭିଡ଼ ବିରୋଧରେ ସଙ୍ଘର୍ଷ ସରି ନାହିଁ ।

ବିଶେଷଜ୍ଞଙ୍କ ମତ ଅନୁସାରେ ମହାମାରୀ କରୋନା ମୁକାବିଲା କରିବା ପାଇଁ ଆମକୁ ୩ଟି ବିଷୟ ଉପରେ ଧ୍ୟାନ ଦେବାକୁ ହେବ । ପ୍ରଥମେ ସାମାଜିକ ଦୂରତା ତଥା ପରସ୍ପରଠାରୁ ଦୂରତ୍ୱ ବଜାୟ ରଖିବାକୁ ହେବ । ଦ୍ୱିତୀୟରେ ବାହାରକୁ ଗଲେ ନିଶ୍ଚିତ ରୂପେ ମାସ୍କ ବ୍ୟବହାର କରିବା । ତୃତୀୟରେ ପରସ୍ପରର ସ୍ୱାସ୍ଥ୍ୟ ସଚେତନତା ଉପରେ ଦୃଷ୍ଟି ଦେବା ।
ଅନ୍ୟପଟେ କଟକଣା କୋହଳ ପରେ କିଛି ଲୋକ ଢ଼ିଲାପଣ ଆପଣାଉଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ଅଚାନକ ଯାଞ୍ଚ କରାଯିବାକୁ ସ୍ଥିର ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ୧୨୭୮୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬୩୬୪ଜଣ ସୁସ୍ଥ ହୋଇଛନ୍ତି ଓ ୫୫୬ଜଣଙ୍କର ମୃତ୍ୟୁ ଘଟିଛି । ତେଣୁ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ଓଜେଇ ପରୀକ୍ଷା ଘୁଞ୍ଚାଇଥିବା ନେଇ ସୂଚନା ରହିଛି ।

 

Get real time updates directly on you device, subscribe now.