fbpx

୩ରେ ସମାବର୍ତ୍ତନ ଉତ୍ସବ: ବାଣୀବିହାରରେ ଆରମ୍ଭ ହେଲା କୋଭିଡ୍ ଟେଷ୍ଟ

ଭୁବନେଶ୍ୱର, ୩୧ା୩ (ଓଡିଶା ଭାସ୍କର): ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ଉକ୍ରଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ । ଏହି ଅବସରରେ ବାଣୀବିହାରରେ କୋଭିଡ୍ ଟେଷ୍ଟ ଆରମ୍ଭ କରାଯାଇଛି । କେବଳ ନେଗେଟିଭ୍ ରିପୋର୍ଟଧାରୀ ଉତ୍ସବରେ ଯୋଗଦେବାକୁ କୁହାଯାଇଛି । ଉତ୍ସବରେ ଅଂଶଗ୍ରହଣ କରିବାକୁ ଥିବା ବ୍ୟକ୍ତିବିଶେଷଙ୍କର ଆରଟିପିସିଆର ଟେଷ୍ଟ କରାଯାଉଛି । ମଞ୍ଚକୁ ଯିବାକୁ ଥିବା ଛାତ୍ର, ଅଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବା ସହ କ୍ୟାମ୍ପସ ପରିସରରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଜେନ୍ ଟେଷ୍ଟ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ଯେ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେଥିପାଇଁ ୨ ତାରିଖରେ ଉପରାଷ୍ଟ୍ରପତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୧ଟା ୧୫ ମିନିଟରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସନ୍ଧ୍ୟାରେ କଟକର ସାରଳା ଭବନରେ ଆଦି କବି ସାରଳା ଦାସଙ୍କ ୬ ଶହତମ ଜୟନ୍ତୀ ଉତ୍ସବରେ ଯୋଗଦେବା ସହ ପରଦିନ ଉକ୍ରଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସନ୍ଧ୍ୟା ୫ଟା ସମୟରେ ଉପରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.