fbpx
BSKY
BJD YOUTH SKY
BJD MS SKY

କରୋନା ଚିକିତ୍ସା ପାଇଁ ଖର୍ଚ୍ଚ କଲେ ମିଳିବ ଟାକ୍ସ ଛାଡ଼ ସୁବିଧା: କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର):  କରୋନା ଚିକିତ୍ସା ଖର୍ଚ୍ଚକାରୀଙ୍କ ପାଇଁ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଯେଉଁ ବ୍ୟକ୍ତିମାନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅର୍ଥରାଶି ପଇଠ କରିବେ ସେମାନଙ୍କୁ ଟାକ୍ସ ଛାଡ଼ କରାଯିବ। ଆର୍ଥିକ ବର୍ଷ ୨୦୧୯-୨୦ କିମ୍ବା ଏହା ପରେ କର୍ମଚାରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ କରୋନା ଜନିତ ମୃତ୍ୟୁ ହେବା କ୍ଷେତ୍ରରେ ଯଦି ନିଯୁକ୍ତି ଦାତା ଏହି ମୃତ ବ୍ୟକ୍ତିଙ୍କ ପରିବାରକୁ ଅନୁଗ୍ରହ ରାଶି ପ୍ରଦାନ କରନ୍ତି ତେବେ କର ଛାଡ଼ ସୁବିଧା ମିଳିବ । ତେବେ ଏହି ଅନୁଗ୍ରହ ରାଶି ୧୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ନହେବା ଦରକାର ।

 

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ୟାନ୍‌ ଓ ଆଧାର ଲିଙ୍କିଂ ତାରିଖ ବୃଦ୍ଧି କରିଛନ୍ତୀ । ଏବେ ୩୦ ସେପ୍ଟେମ୍ବର ୨୦୨୧ ସୁଦ୍ଧା ଏହାର ଲିଙ୍କିଂ କରାଯାଇ ପାରିବ । ପୂର୍ବରୁ ଏହାର ଅନ୍ତିମ ତାରିଖ ଜୁନ୍‌ ଚଳିତ ମାସ ୩୦ ପର୍ଯ୍ୟନ୍ତ ଥିଲା

Get real time updates directly on you device, subscribe now.