fbpx
BSKY SKY
BSKY SKY

ଆର୍‌ଆଇ ବାବୁଙ୍କ ରାସଲୀଳା: ସମଲିଙ୍ଗିଙ୍କ ସହ ଯୌନ ସମ୍ପର୍କରେ ରଖୁଥିଲେ ବାବୁ, ସୋସିଆଲ୍‌ ମିଡ଼ିଆରେ ଭିଡିଓ ଭାଇରାଲ୍‌

କାର୍ଯ୍ୟାନୁଷ୍ଠାନ କେବେ ?

BSKY

କଣ୍ଟାପଡ଼ା (ଓଡ଼ିଶା ଭାସ୍କର): ଚଣ୍ଟପଡ଼ାର ଆର୍‌ଆଇଙ୍କ ବିରୋଧରେ ଦିନକୁ ଦିନ ନୂଆ ନୂଆ ଅଭିଯୋଗ ଯୋଡ଼ି ହେଉଛି । ଗତ କିଛିଦିନ ତଳେ ଆର୍‌ଆଇ ବାବୁଙ୍କ ସହିତ ମାଟି ମାଫିଆଙ୍କ ସହିତ ସମ୍ପର୍କ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ଏହାର ତଦନ୍ତ ଚାଲିଥିବା ବେଳେ ଏବେ ରାଜସ୍ୱ ନିରିକ୍ଷକଙ୍କ ଉପରେ ସମଲିଙ୍ଗି ଅଭିଯୋଗ ଆସିଛି । ଉକ୍ତ ରାଜସ୍ୱ ନିରିକ୍ଷକ କୁଆଡ଼େ ସମଲିଙ୍ଗି ଯୌନ ସମ୍ପର୍କରେ ଜଡ଼ିତ । ନିରିକ୍ଷକଙ୍କ ବୟସ ୪୦ରୁ ଉଦ୍ଧ୍ୱର୍ ହୋଇଥିବା ବେଳେ ଘରେ ପତ୍ନୀ ପିଲାମାନେ ଥିବା ବେଳେ ସାଧାରଣରେ ନିନ୍ଦା କରାଯାଇଛି ।

ଏହି ଘଟଣା ବିଷୟରେ ଭିଡ଼ିଓ ଓ ଅଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେବା ପରେ ଏହାକୁ ସାଧାରଣରେ ନିନ୍ଦା କରାଯାଇଛି । ଏହି ଘଟଣାଟି କଣ୍ଟାପଡ଼ାରେ ଚର୍ଚ୍ଚାର ବିଷୟ ଯେ, ଆର୍‌ଆଇ ବାବୁ ଜଣକ ତୃତୀୟ ଲିଙ୍ଗ ଜଣଙ୍କୁ ମୋର ପତ୍ନୀ ମୁଁ ତାର ସ୍ୱାମୀ ବୋଲି କହି ବୁଲୁଥିବା ବେଳେ କଣ୍ଟାପଡ଼ା ତହସିଲ୍‌ଦାର କଟକ ଜିଲ୍ଲାପାଳ ମହୋଦୟ ଉକ୍ତ ରାଜସ୍ୱ ନିରିକ୍ଷକଙ୍କ ବିରୋଧରେ ତଦ୍ଦନ୍ତ କରି ସତ୍ୟାସତ୍ୟ ପଦାକୁ ଆଣିବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.