fbpx

ଆଜିଠୁ ରାଜଧାନୀରେ ଗଡିଲା କୋଭିଡ୍ ଭ୍ୟାନ

ଭୁବନେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) : ରାଜଧାନୀରେ ଗଡିଲା କୋଭିଡ୍ ଭ୍ୟାନ୍ । ଆଜିଠୁ ଭୁବନେଶ୍ୱରର କ୍ୟାପିଟଲ ହସ୍ପିଟାଲରୁ ଗଡିଲା କୋଭିଡ୍ ପରୀକ୍ଷା ଭ୍ୟାନ୍ । ରାଜଧାନୀର ଘରେ ଘରେ ବୁଲି କୋଭିଡ୍ ଟେଷ୍ଟ କରିବ ଏହି ଭ୍ୟାନ୍ । ଭ୍ୟାନଟିରେ ଦୈନିକ ୫୦୦ ଜଣଙ୍କର କୋଭିଡ୍ ଟେଷ୍ଟ କରିବାର କ୍ଷମତା ରହିଛି । ଗାଡିର ଗୋଟିଏ ପଟେ ପଞ୍ଜିକରଣ ଏବଂ ଅନ୍ୟପଟେରେ ହେବ ପରୀକ୍ଷା । ସେପଟେ ରାଜଧାନୀ ଭୁବନେଶ୍ୱରରେ ସାଂଘାତିକ ହେବାରେ ଲାଗିଛି କୋଭିଡ୍ ସ୍ଥିତି । ଦୈନିକ ରେକର୍ଡ ସଂଖ୍ୟକ ସଂକମ୍ରିତ ଚିହ୍ନଟ ହେଉଛନ୍ତି । ଏହାପରେ ବି ରାଜଧାନୀବାସୀ ସାବଧାନତା ଅବଲମ୍ବନ କରୁନାହାନ୍ତି । ଯାହାର ଫଳସ୍ୱରୁପ ସଂକ୍ରମିତଙ୍କ ସଂଖ୍ୟା ଏବେ ୮୦୦ ମୁହାଁ ହେବାକୁ ବସିଲାଣି ।

ତେବେ ଗତକାଲି ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ନୁଆ ସଂକମ୍ରିତ ସଂଖ୍ୟା ୭୭୩ ରହିଥିଲା । ସେଥିମଧ୍ୟରୁ କ୍ୱାରେନଣ୍ଟାଇନରୁ ୧୪୦ ରହିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ ୬୩୨ ରହିଥିଲା । ଲଗାତର ଭାବେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୮୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.