fbpx

ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ଦେହାନ୍ତରେ ଗଭୀର ଶୋକପ୍ରକାଶ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) :  ପ୍ରସିଦ୍ଧ ଲେଖକ ମନୋଜ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ ସେ ଟ୍ୱିଟ୍ ଜରିଆରେ ଶୋକ ପ୍ରକାଶ କରିଛନ୍ତି । ମନୋଜ ଦାସଙ୍କ ବିୟୋଗ ଓଡ଼ିଆ ଓ ଇଂରାଜୀ ସାହିତ୍ୟ ଜଗତର ଏକ ବିରାଟ କ୍ଷତି । ତାଙ୍କ ସରଳତା ଏବଂ ଆଧ୍ୟାତ୍ମିକତା ତାଙ୍କୁ ଏକ ନିଆରା ପରିଚୟ ଦେଇଥିଲା । ସେ ପଦ୍ମଭୂଷଣ ସହ ଅନେକ ସମ୍ମାନଜନକ ପୁରଷ୍କାର ଲାଭ କରିଛନ୍ତି । ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଉଛନ୍ତି ବୋଲି ଲେଖା ହୋଇଛି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଲେଖକ ମନୋଜ ଦାସଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ଜଣାଶୁଣା ଶିକ୍ଷାବିତ୍ ଲୋକପ୍ରିୟ ସ୍ତମ୍ଭକାର ଓ ଲେଖକ ଥିଲେ ମନୋଜ ଦାସ । ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ପରଲୋକରେ ଗଭୀର ଭାବେ ମର୍ମାହତ, ମୋର ତାଙ୍କ ପରିବାର ପ୍ରତୀ ସମବେଦନା ଜଣାଉଛି ।

ସୂଚନା ଅନୁସାରେ ଗତକାଲି ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ଦେହାନ୍ତ ହୋଇଥିଲ । ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତେବେ ଦୀର୍ଘଦିନ ଧରି ମନୋଜ ଅସୁସ୍ଥ ଥିଲେ । ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଥିଲା । ଅନେକ କାଳଜାୟୀ ଓଡିଆ ଉପନ୍ୟାସ, କ୍ଷୁଦ୍ରଗଳ୍ପର ସ୍ରଷ୍ଟା ଥିଲେ ମନୋଜ । ଅମୃତ ଫଳ, ଶେଷ ତାନ୍ତ୍ରିକର ସନ୍ଧାନରେ, ଆରଣ୍ୟକ, ଲକ୍ଷ୍ମୀର ଅଭିସାର, ଆବୁ ପୁରୁଷ, ଶେଷ ବସନ୍ତର ଚିଠି, ଅରଣ୍ୟ ଉଲ୍ଲାସର ସେ ଥିଲେ ସ୍ରଷ୍ଟା । ଏହା ସହ ୨୦୦୧ରେ ପଦ୍ମଶ୍ରୀ, ୨୦୨୦ରେ ପଦ୍ମଭୂଷଣରେ ସେ ସମ୍ମାନିତ ହୋଇଥିଲେ । କେନ୍ଦ୍ର ଏକାଡେମୀ ଓ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲେ ମନୋଜ ।

 

Get real time updates directly on you device, subscribe now.