fbpx

ଗଳିକନ୍ଦି ବାଟ ଦେଇ ଚାଲିଥିଲା ଗୋଚାଲାଣ: ଅଚାନକ ଚଢ଼ଉ କଲେ ବଜରଙ୍ଗ ଦଳର ଯୁବକ, ୩ ବଳଦକୁ ଛାଡି ଚମ୍ପଟ ମାରିଲା ମାଲିକ

ରଣପୁର(ଆପ୍ର): କରୋନାର ଦ୍ୱିତୀୟ ଲହର ତାଲା ବନ୍ଦ ସମୟରେ ରାସ୍ତା ଘାଟରେ ଲୋକମାନଙ୍କ ଯାତାୟତ କମ୍‌ ହେଉଥିବା ଲକ୍ଷ୍ୟ କରି ଗୋଚାଲାଣ କାରୀମାନେ ଫାଇଦା ଉଠାଇବାରେ ବ୍ୟସ୍ତ । ସେଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ । ପୋଲିସ୍‌ ବଜାର ଆଦି ସହରାଞ୍ଚଳ ତାଲା ବନ୍ଦ ଉପରେ ଦୃଷ୍ଟି ଦେଉଥିବା ବେଳେ ଗଳି କନ୍ଦି ରାସ୍ତା ଦେଇ ଗୋଚାଲାଣ କାରୀ ମାନେ ନିଜ ବ୍ୟବସାୟ ଚଲାଇବାରେ ବ୍ୟସ୍ତ । ଅପରପକ୍ଷେ ବଜରଙ୍ଗ ଦଳର ଯୁବକମାନେ ଗୋ ସଂପଦ ଓ ଗୋମାତାର ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ।

 

ସୂଚନା ମୁତାବିତ ମଙ୍ଗଳବାର ଦିନ ସକାଳୁ ବଜରଙ୍ଗ ଦଳର ଯୁବକମାନେ ଖବର ପାଇଲେ ଯେ ଗୋଡିପଡା ଅଞ୍ଚଳରୁ ରଣପୁର ଦେଇ ବେଗୁନିଆଁ ଥାନା ବାରିଖେଦା ଅଞ୍ଚଳକୁ ରଣପୁର ଦେଇ ଗୋଚାଲାଣ ହେଉଅଛି । ଏଣୁ ବଜରଙ୍ଗ ଦଳର ଯୁବକମାନେ ରଣପୁର ଥାନା ବୃନ୍ଦାବନ ପୁର ଗ୍ରାମ ପଞ୍ଚାୟତ ମଳିପଡା ଠାରେ ଛକି ରହି ଗୋଚାଲାଣ ହେଉଥିବା ମିନିଟ୍ରକ୍‌କୁ ଅଟକାଇଲେ । ଗୋଚାଲାଣ କାରୀମାନେ ବଜରଙ୍ଗ ଦଳର ଯୁବକଙ୍କୁ ଦେଖି ଗାଡି ଛାଡି ଦଉଡି ପଳାଇଲେ । ତେଣୁ ବଜରଙ୍ଗ ଦଳର ଯୁବକମାନେ ଗାଡି ଭିତରେ ଥିବା ୩ ଗୋଟି ବଳଦକୁ ଉଦ୍ଧାର କରିଥିଲେ । ଆହତ ଅବସ୍ଥାରେ ଥିବା ବଳଦଙ୍କୁ ଚିକିତ୍ସା ପରେ ସ୍ଥାନୀୟ କୃଷକଙ୍କ ଜିମାରେ ଦେଇଥିବା ଜଣାପଡିଛି । ମିନିଟ୍ରକ୍‌ ଟିକୁ ରଣପୁର ପୋଲିସ୍‌ କୁ ହସ୍ତାନ୍ତର କରିଛନ୍ତି । ଗୋମାତା ଓ ଗୋସଂପଦର ସୁରକ୍ଷା ପାଇଁ ରଣପୁର ବଜରଙ୍ଗ ଦଳ ଆପ୍ରାଣଉଦ୍ୟମ ଚଳାଇଥିବା ଜଣାପଡିଛି ।

Get real time updates directly on you device, subscribe now.