ଦେଶ ଦେଖିବ ନୂଆ ଅଧ୍ୟାୟ, ଆଜି ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସି.ପି ରାଧାକ୍ରିଷ୍ଣନ୍
ଆଜି 15ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସି.ପି. ରାଧାକ୍ରିଷ୍ଣନ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ରାଷ୍ଟ୍ରପତି ଭବନରେ ହେବ ଶପଥ ସମାରୋହ ।
ନୂଆଦିଲ୍ଲୀ: ଆଜି 15ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସି.ପି. ରାଧାକ୍ରିଷ୍ଣନ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ରାଷ୍ଟ୍ରପତି ଭବନରେ ହେବ ଶପଥ ସମାରୋହ । ବିରୋଧୀ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରି NDA ପ୍ରାର୍ଥୀ ରାଧାକ୍ରିଷ୍ଣନ୍ ଭାରତର ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି ।
ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ସି.ପି ରାଧାକ୍ରିଷ୍ଣନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନବନିର୍ବାଚିତ ଉପରାଷ୍ଟ୍ରପତିଙ୍କୁ କରାଇବେ ଶପଥ ପାଠ । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।
ତେବେ ସି.ପି ରାଧାକ୍ରିଷ୍ଣନଙ୍କୁ ୪୫୨ ଭୋଟ୍ ମିଳିଥିବା ବେଳେ ବିରୋଧୀ ପ୍ରାର୍ଥୀ ଏବଂ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି.ସୁଦର୍ଶନ ରେଡ୍ଡୀ ୩୦୦ ଭୋଟ୍ ପାଇଥିଲେ ।
ଫଳାଫଳ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିପି ରାଧାକ୍ରିଷ୍ଣନଙ୍କୁ ଅଭିନନ୍ଦନ ଜଣାଇଥିଲେ ।