fbpx

ଭାରତର ଲଗାତାର ଚତୁର୍ଥ ବିଜୟ

ମେଲବର୍ଣ୍ଣ,୨୯ ।୨: ଟି-୨୦ ମହିଳା କ୍ରିକେଟ ବିଶ୍ୱକପରେ ଶ୍ରୀଲଙ୍କାକୁ ହରାଇ ବିଜୟ ହାସଲ କରିଛି ଭାରତ । ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଛି ଭାରତ । ବିଶ୍ୱକପରେ ଭାରତ ଲଗାତାର ଚତୁର୍ଥ ବିଜୟ ମାରିଛି । ଶ୍ରୀଲଙ୍କା ୨୦ ଓଭରରେ ୯ ୱିକେଟ ହରାଇ ୧୧୩ ରନ୍ କରିଥିବା ବେଳେ ଭାରତ ମାତ୍ର ୧୪.୧ ଓଭରରେ ୩ ୱିକେଟ୍ ହରାଇ ୧୧୬ ରନ୍ କରି ବାଜି ମାରିଛି । ଭାରତ ପକ୍ଷରୁ ଖେଳୁଥିବା ଶେଫାଳୀ ପୁଣି ଥରେ ୪୭ ରନ୍ ପାର କରିଥିବା ବେଳେ ଅର୍ଦ୍ଦଶତକ ହରାଇଥିଲେ । ସେହିପରି ମାନ୍ଧନା ୧୭ ରନ୍, କୌର ୧୫ ରନ୍ ହାସଲ କରିଛନ୍ତି । ୪ ୱିକେଟ ନେଇଥିବା ରାଧା ଯାଦବ ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଛନ୍ତି ।

Get real time updates directly on you device, subscribe now.