fbpx

ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଇରଫାନ୍ ପଠାନ

ନୂଆଦିଲ୍ଲୀ,୪ ।୧: ଦ୍ରୁତ ବୋଲର ଇରଫାନ୍ ପଠାନ ଆଜି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି । ୧୫ ବର୍ଷର ଅନ୍ତରାଷ୍ଟ୍ରୀୟ କ୍ୟାରିୟରକୁ ସେ ଆଜି ଅଲବିଦା କହିଛନ୍ତି । କିନ୍ତୁ ସେ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଖେଳିବେ । ୩୫ ବର୍ଷିୟା ଇରଫାନ୍ ପଠାନ କହିଛନ୍ତି ଯେ, ଘରୋଇ କ୍ରିକେଟ ମାମଲାରେ ମୁଁ ଜମ୍ମୁ-କାଶ୍ମୀର କ୍ରିକେଟର ଅଂଶୀଦାର । ମୁଁ ଭାରତୀୟ କ୍ରିକେଟରେ ଯୋଗଦାନ ଦେବି, କିନ୍ତୁ ଘରୋଇ କ୍ରିକେଟରେ କେହି ଖେଳାଳି ମୋ ଜାଗାରେ ଆସିବା ଜରୁରି । ବହୁତ କାମ ମୋତେ କରିବାକୁ ବାକି ଥିବା ବେଳେ ତାହା ଉପରେ ମୁଁ ଧ୍ୟାନ ଦେବାକୁ ଚାହୁଁଛି ।’

ତେବେ ଇରଫାନ୍ ପଠାନ୍ ଭାରତ ପାଇଁ ୨୯ଟି ଟେଷ୍ଟ, ୧୨୦ଟି ଦିନିକିଆ ଓ ୨୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ୯ ବର୍ଷ ପର୍ଯ୍ୟନ୍ତ ସେ ଭାରତୀୟ ଦଳର ମଜଭୁତ୍ ଖେଳାଳି ଭାବେ ରହିଥିଲେ । ଟେଷ୍ଟରେ ସେ ୧୦୦, ଦିନିକିଆରେ ୧୭୩ ଓ ଟି-୨୦ରେ ୨୮ ୱିକେଟ୍ ନେଇଥିଲେ । ବ୍ୟାଟିଙ୍ଗ କରିବାରେ ବି ଇରଫାନ୍ ପଛରେ ନଥିଲେ । ସେ ଟେଷ୍ଟ ମ୍ୟାଚରେ ୧୧୦୫ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଶତକ ଓ ୬ଟି ଅର୍ଦ୍ଧଶତକ ସାମିଲ ହୋଇଛି ।

Get real time updates directly on you device, subscribe now.