fbpx

ଶିଶିର ସରସ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଶିଶିର ସରସ ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ଅଧୀନସ୍ଥ ଓରମାସ୍ ପକ୍ଷରୁ ଭୁବନେଶ୍ୱର ୟୁନିଟ ୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଏହି ମେଳା ଆୟୋଜିତ ହୋଇଯାଇଛି । ଆଜିଠାରୁ ଅର୍ଥାତ ଜାନୁଆରୀ ୪ରୁ ୧୪ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଚାଲିବ ଏହି ମେଳା ।

ଏଥର ମେଳାରେ ମୋଟ ୩୦୦ ଷ୍ଟଲ ସ୍ଥାନ ପାଇଛି । ମିନି ଇଣ୍ଡିଆ ବଜାର ସଦୃଶ ଏହି ମେଳାରେ ଭାରତର ୨୫ଟି ରାଜ୍ୟ ଅଂଶଗ୍ରହଣ କରୁଛନ୍ତି । ଓଡ଼ିଶାର ୩୦ ଜିଲ୍ଲାରୁ ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦନକାରୀ ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି କରିବା ପାଇଁ ଆଣିଛନ୍ତି । ଗ୍ରାମୀଣ ଉତ୍ପାଦକମାନଙ୍କ ସାମଗ୍ରୀ ଗୁଡ଼ିକର ବିକ୍ରି ପାଇଁ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଏହି ମେଳାର ଆୟୋଜନ ହୋଇଛି ।

Get real time updates directly on you device, subscribe now.