fbpx

ଲଗାତର ୩ଟି ମ୍ୟାଚ ହାରିଲା ଟିମ୍: ଜଣେ ଖେଳାଳିଙ୍କ ବ୍ୟାଟ ପ୍ରହାରରେ ବିପକ୍ଷ ଟିମର ଖେଳାଳିଙ୍କ ମୃତ୍ୟୁ

Advertisement

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୧୫ ତାରିଖରେ ପ୍ରଥମ ସେମିଫାଇନାଲ ମ୍ୟାଚ ହେବାକୁ ଥିବାବେଳେ ତା’ ପୂର୍ବରୁ ସେମିରେ ପହଞ୍ଚିବା ନିମନ୍ତେ ଆଉ ମାତ୍ର ୬ଟି ମ୍ୟାଚ ବାକି ରହିଛି । ତେବେ ବିଶ୍ୱକପକୁ ନେଇ ସାରା ଦେଶରେ କ୍ରୀଡ଼ାର ମାହୋଲ ଦେଖିବାକୁ ମିଳିଥିବା ବେଳେ ଏହା ମଧ୍ୟରେ ମହାରାଷ୍ଟ୍ରରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, କ୍ରିକେଟ ମ୍ୟାଚର ଫଳାଫଳକୁ ନେଇ ଜଣେ ଖେଳାଳିଙ୍କର ମୃତ୍ୟୁ ଘଟିଛି । କ୍ରମାଗତ ୩ଟି ମ୍ୟାଚରେ ହାରିବା ପରେ ଜଣେ ଖେଳାଳି ବିପକ୍ଷ ଦଳର ଜଣେ ଖେଳାଳିଙ୍କ ଉପରେ ବ୍ୟାଟରେ ପ୍ରହାର କରିଥିଲେ । ଫଳରେ ବିପକ୍ଷ ଟିମର ଖେଳାଳିଙ୍କର ମୃତ୍ୟୁ ଘଟିଥିଲା । ଗମ୍ଭୀର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମହାରାଷ୍ଟ୍ରର ଭଣ୍ଡାରାରେ ଏକ କ୍ରିକେଟ ମ୍ୟାଚ ସମୟରେ ଯୁକ୍ତିତର୍କକୁ ନେଇ ଜଣେ ୨୪ ବର୍ଷୀୟ ବ୍ୟକ୍ତି ଅନ୍ୟ ଦଳର ଖେଳାଳିଙ୍କୁ ବ୍ୟାଟରେ ଆକ୍ରମଣ କରିଥିଲେ । ଅଭିଯୁକ୍ତଙ୍କ ଟିମ୍ କ୍ରମାଗତ ୩ଟି ମ୍ୟାଚରେ ହାରିବା କାରଣରୁ ସେ ମାନସିକ ଭାବେ ଟେନସନରେ ରହିଥିଲେ । ତେଣୁ ସେ ପ୍ରତିପକ୍ଷ ଖେଳାଳିଙ୍କ ଉପରେ ଆକ୍ରମଣ କରିଥିଲେ । ତେବେ କ୍ରିକେଟ ଖେଳ ସମୟରେ ଏହା ପ୍ରଥମ ଘଟଣା ନୁହେଁ । ଗତ ଜୁନ ମାସରେ କାନପୁରରେ ମଧ୍ୟ ଏପରି ଏକ ମାମଲା ଦେଖିବାକୁ ମିଳିଥିଲା । ସେହିପରି ଏପ୍ରିଲ ମାସରେ ବିହାରରେ କ୍ରିକେଟ ମ୍ୟାଚ ସମୟରେ ବାଇକରେ ଦୁଇଜଣ ଯୁବକ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ ।

Get real time updates directly on you device, subscribe now.