fbpx

ପରଫେକ୍ଟ ଜୀବନସାଥୀ କିପରି ଚୟନ କରିବେ ? ଜାଣନ୍ତୁ ଏହି ଟିପ୍ସ

ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ବିବାହ କରିବା । ତେବେ ଆମ ହିନ୍ଦୁ ସଂସ୍କୃତିରେ ବିବାହ କରିବା ପରେ ଜଣେ ବ୍ୟକ୍ତି ବିବାହ କରିଥିବା ବ୍ୟକ୍ତିଙ୍କ ପାଖେ ସାରା ଜୀବନ ଅତିବାହିତ କରିଥାଏ । ହେଲେ ଆଜିକାଲି ପାଶ୍ଚାତ୍ୟ ସଂସ୍କୃତି ଅବଲମ୍ବନ କରି ଲୋକେ ବିବାହ କଲା ପରେ ଛାଡ଼ପତ୍ର ନେଉଛନ୍ତି । ଏତତ୍ ବ୍ୟତୀତ ଖାଲି ବିବାହ ନୁହେଁ ସାଥୀ ଚୟନ କରିବା ମଧ୍ୟ କାଠିକର ପାଠ ହୋଇସାରିଲାଣି । ତେଣୁ କିପରି ସାଥୀ ଚୟନ କରିବେ ସେନେଇ ସଦଗୁରୁ କିଛି କଥା ପ୍ରକାଶ କରିଛନ୍ତି ।

ଇଶା ଫାଉଣ୍ଡେସନର ସଂସ୍ଥାପକ ସଦଗୁରୁ କହିଛନ୍ତି ଯେ, ବିବାହ ପାଇଁ ସଠିକ ପାର୍ଟନର କିପରି ଚୟନ କରିବା । ତେବେ ଆସନ୍ତୁ ସେହି ବିଷୟରେ ଜାଣିବା । ସଦଗୁରୁଙ୍କ ଅନୁସାରେ, ପ୍ରେମ କ୍ଷେତ୍ରରେ ରୋମାନ୍ସର ଭୂମିକା ପ୍ରଥମେ ଜାଣିବା ନିହାତି ଆବଶ୍ୟକ । ରୋମାନ୍ସର ଅର୍ଥ ହେଉଛି ଜୀବନର ସବୁଠାରୁ ସୁନ୍ଦର କଥା ଯାହାକୁ ସମସ୍ତେ ଅନୁଭବ କରନ୍ତି । ପ୍ରେମରେ ମଣିଷର ଶରୀର ଏବଂ ଭାବନା ଦୁଇଟି ଜିନିଷ ଅନ୍ତର୍ଭୁକ୍ତ ଅଛି । କିନ୍ତୁ ବିଚାର ଏମାନଙ୍କ ଠାରୁ ଦୂରରେ ରହିଛି । କେଉଁ ମଣିଷ ଏହି ବିଚାରାଧାରାକୁ ନେଇ ପ୍ରତାରଣା କରି ପଛକୁ ଫେରିଯାଏ । ଏହା ପ୍ରକୃତରେ ବହୁତ ନମନୀୟ ଅଟେ । ହେଲେ ଥରେ ଯଦି ଶରୀର ଏବଂ ଭାବନା ସାମିଲ ହୋଇଥାଏ ତେବେ ଆପଣଙ୍କ ଉପରେ ସେମାନଙ୍କର ଛାପ ଚିନ୍ତା ପ୍ରକ୍ରିୟା ଠାରୁ ବହୁତ ଗଭୀର ଅଟେ ।

ସେ ପୁଣି କହିଛନ୍ତି, ଯେତେବେଳେ ମୁଁ ବିବାହ କରିଥିଲି ସେତେବେଳେ ମୁଁ କେବଳ ଗୋଟିଏ ଝିଅ ସହ ଭେଟ କରିଥିଲି । ମୋତେ କେବଳ ତାଙ୍କ ଘରର ନାମ ମନେଥିଲା । ମୁଁ ତାର ପୁରା ନାମ ମଧ୍ୟ ଜାଣି ନଥିଲି । ମୁଁ ମନକୁ ମନ ତା ସହ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲି । ଯେତେବେଳେ ମୁଁ ଏହି କଥା ମୋ ବାପାଙ୍କୁ ଜଣାଇଥିଲି ସେତେବେଳେ ସେ ମୋତେ ଝିଅର ବାପା ଏବଂ ଘର ବିଷୟରେ ପଚାରିଥିଲେ । ମୁଁ ତାଙ୍କୁ କହିଥିଲି ଯେ, ମୋତେ କୌଣସି କଥା ତାଙ୍କ ବିଷୟରେ ଜଣା ନାହିଁ । ବାପା ମୋତେ କହିଲେ ତୁ ସେ ଝିଅ ବିଷୟରେ ଜାଣିନୁ ହେଲେ ତାକୁ କେମିତି ବିବାହ କରିବୁ । ହେଲେ ପରେ ମୁଁ ସେହି ଝିଅକୁ ହିଁ ବିବାହ କରିଥିଲି ।

ସଦଗୁରୁ କହିଛନ୍ତି ଯେ, ସଠିକ୍ ପାର୍ଟନର ଚୟନ କରିବା ପାଇଁ କିଛି ଜରୁରୀ କଥା ଉପରେ ଧ୍ୟାନ ରଖନ୍ତୁ । ଯଦି ଆପଣ କେଉଁ ବ୍ୟକ୍ତିଙ୍କ ସହ ଭେଟୁଛନ୍ତି ଏବଂ ଆପଣଙ୍କୁ ସେ ଭଲ ଲାଗୁଛି । ଆପଣ ସେହି ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହେଉଛନ୍ତି । ଆପଣ ସେତେବେଳେ କୌଣସି ଜିନିଷ ତାଙ୍କ ବିଷୟରେ ଭାବୁନାହାନ୍ତି । ଏହା ମଧ୍ୟ ହେଉଛି କି ଆପେ ଆପେ ତାଙ୍କ କଥା ମନକୁ ପଳାଇ ଆସୁଛି । ପାଠ ପଢିବା ବେଳେ କିମ୍ବା ଫିଲ୍ମ ଦେଖିବା ବେଳେ ତାଙ୍କରି ଚେହେରା ଆପଣଙ୍କ ମନକୁ ପଳାଇ ଆସୁଛି ତେବେ ଏପରି ବ୍ୟକ୍ତି ସହ ସଂପର୍କ ବନାଇବା ପାଇଁ ଆପଣଙ୍କୁ ସମର୍ପିତ ହୋଇଯିବା ଉଚିତ୍ । ସଂପର୍କରେ ଭାବନାଟି ମଧୁର ହେବା ନିହାତି ଆବଶ୍ୟକ । ଏଥିରେ ତାଙ୍କୁ କୌଣସି ସୁନ୍ଦର, ଧନୀ ଏବଂ ମଜବୁତ ବ୍ୟକ୍ତି ପାଇଁ ଛାଡିବା ମୁର୍ଖାମୀ ଅଟେ ।

Get real time updates directly on you device, subscribe now.