fbpx

ପ୍ରଦୂଷଣ ରୋକିବା ପାଇଁ ମଲମ ବଣ୍ଟା: ଆଞ୍ଚଳିକ ସୁରକ୍ଷା ମଞ୍ଚର ଅଭିନବ ପ୍ରତିବାଦ

ଭୁବନେଶ୍ୱର: ଦିନକୁ ଦିନ ଚିନ୍ତା ବଢ଼ାଉଛି ସୈନିକ ସ୍କୁଲ ପଛ ପାଖରେ ଥିବା ଅସ୍ଥାୟୀ ଅଳିଆଗଦା । ଏହାକୁ ଲାଗି ରହୁଥିବା ଧିରିକୁଟି ବସ୍ତି ବାସିନ୍ଦାଙ୍କ ଅବସ୍ଥା ଏବେ ବେହାଲ । ବିଭିନ୍ନ ପ୍ରକାର ଚର୍ମରୋଗ ବ୍ୟାପୁଥିବାରୁ ଏଠାକାର ବାସିନ୍ଦାମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ନିକଟରେ ଅଳିଆ ଗଦା ଥିବା କାରଣରୁ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଏପରିକି ଏହା ଦିନକୁ ଦିନ ବଢ଼ୁଥିବାରୁ ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ମଧ୍ୟ ପାଲଟିଛି ।

ତେବେ ଆଞ୍ଚଳିକ ସୁରକ୍ଷା ମଞ୍ଚ ଅଭିନବ ଭାବରେ ଏହାର ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଏହ ସଦସ୍ୟମାନେ ବସ୍ତି ବାସିନ୍ଦାମାନଙ୍କୁ ଚର୍ମରୋଗ ପ୍ରତିକାରକ ମଲମ ବାଣ୍ଟି ଏହାର ପ୍ରତିବାଦ କରିଛନ୍ତି । ଏହା ସହିତ ମଲମକୁ କିଭଳି ଭାବେ ଏବଂ କେଉଁ ସମୟରେ ଲଗାଇବେ ସେ ନେଇ ମଧ୍ୟ ଲୋକମାନଙ୍କୁ ସଚେତନ କରିଛନ୍ତି ।

ଅନ୍ୟପକ୍ଷରେ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହି ଅସ୍ଥାୟୀ ଅଳିଆଗଦାକୁ ତୁରନ୍ତ ଏଠାରୁ ସ୍ଥାନାନ୍ତର କରିବାକୁ ବିଏମସି ନିକଟରେ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Get real time updates directly on you device, subscribe now.